ନୂଆ ୬୧ କରୋନା ପଜିଟିଭ ସୂଚନା ଦେଲେ ରାଜ୍ୟ ସରକାର 

27

 ଭୁବନେଶ୍ୱର (ଶାସକ ପ୍ରଶାସକ) ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ ସୂଚନା ଦେଇଥିବା ନୂଆ ୧୩ ଜଣ ପଜିଟିଭଙ୍କ ମିଶାଇ ରାଜ୍ୟରେ ୧୪ ତାରିଖରେ ଆଉ  ୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାରେ  ୧୩, ବାଲେଶ୍ୱରରେ  ୧୨, ଗଂଜାମରେ  ୧୨, ପୁରୀରେ  ୧୦, ଭଦ୍ରକ ୬, ନୟାଗଡରେ ୩, ଯାଜପୁରରେ ୨, କଟକ, ଦେବଗଡ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି | ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାପାଳ କାଲି ଟୁଇଟ କରି ୧୩ ପଜିଟିଭଙ୍କ ବିଷୟରେ ସୂଚନା ଦେଇଥିଲେ ବି ରାଜ୍ୟ ସରକାରଙ୍କ ଡ୍ୟାସ ବୋର୍ଡରେ ବିଳମ୍ୱିତ ସମୟ ପର୍ଯ୍ୟନ୍ତ ସ୍ଥାନିତ ହୋଇନଥିଲା | ଆଜି ସରକାରଙ୍କ ଏ ସୂଚନା ପରେ ରାଜ୍ୟରେ କାରଣ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ୧୫୮ ସୁସ୍ଥ ହୋଇଥିବା ବେଳେ ୫୧୧ ସକ୍ରିୟ ଅଛନ୍ତି ଓ ଏଯାବତ ୩ ଜଣ ପ୍ରାଣ ହରାଇଛନ୍ତି |

Leave A Reply

Your email address will not be published.