ଶୀତଳଷଷ୍ଠୀ ମିଳିତ ସମନ୍ବୟ ସମିତିର ନିଷ୍ପତ୍ତି :  ଦିନଟିଏ ଯାତ୍ରା, ହେବନି ନାଚ ଗୀତ

0

http://www.youtube.com/watch?v=eYXRukZQC7g

ପ୍ରଶାସନର ଡାକରାକୁ ସମିତିର ପ୍ରତ୍ୟାଖ୍ୟାନ

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:   ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଦୁଇ ଦିନ ନହୋଇ ଦିନିକିଆ ହେବ। ମେ’ ୨୯ ତାରିଖ ଶୁକ୍ରବାର ସକାଳ ୭ଟା ବାହାରି ସଂଧ୍ୟା ୪ଟାରେ ଶେଷ ହେବ। ଏହି ଅବସରରେ ଦେବଦମ୍ପତ୍ତିଙ୍କ ଯୁଗଲ ଦର୍ଶନ ହେବ। ସାମାଜିକ ଦୂରତାକୁ ଆଖିଆଗରେ ରଖି କମ ଲୋକରେ ମେଢ ଶୋଭାଯାତ୍ରା ହେବ ବୋଲି ମିଳିତ ସମନ୍ବୟ ସମିତିର ପକ୍ଷରୁ  ନିଷ୍ପତ୍ତି ନିଆଯାଇଛି ।

 ଏ ନେଇ ବୁଧବାର ଝାଡୁଆପଡାର ସ୍ଥିତି କାର୍ଯ୍ୟାଳୟରେ କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ରଙ୍କ ସଭାପତିତ୍ବରେ ଶୀତଳଷଷ୍ଠୀ ଯାତ୍ରା ଆଯୋଜନ ନିମନ୍ତେ ଆଲୋଚନା ପାଇଁ ମିଳିତ ସମନ୍ବୟ ସମିତିର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

 ପତ୍ରପେଣ୍ଡି,ଦେବ ନିମନ୍ତ୍ରଣ, ଶିବ-ପାର୍ବତୀ ବିବାହ ନୀତିନିୟମ ଅନୁଶାରେ ଆଯୋଜନ ହେବ ।ଏହା ସହ ମୁଖ୍ୟ ଶୋଭାଯାତ୍ରା ସଂପର୍କରେ ଆଲୋଚନା ହୋଇଥିଲା । ଯାତ୍ରା ସମୟରେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରିବା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିଯିବ ବୋଲି ସ୍ଥିର କରାଯାଇଥିଲା । ଅନ୍ୟ ପକ୍ଷରେ ସମ୍ବଲପୁରର ଏହି ପ୍ରସିଦ୍ଧ ଯାତ୍ରାକୁ ନେଇ ପ୍ରଶାସନର ଉଦାସୀନ ମନୋଭାବକୁ ନିନ୍ଦା କରାଯାଇଥିଲା । ଯାତ୍ରା ସଂପର୍କରେ ପ୍ରଶାସନ ଅବଗତ ଥାଇ ଯାତ୍ରା କମିଟି ମାନଙ୍କ ସହ କୌଣସି ଆଲୋଚନା ନକରିବା, ଯାତ୍ରା କମିଟି ମାନଙ୍କୁ ଗତ ବର୍ଷର ସରକାରୀ ଅନୁଦାନ ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା ।

ପଶ୍ଚିମ ଓଡିଶାର ଜନ ଭାବନା ଓ ଲୋକ ପରମ୍ପରାକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା । ଚଳିତବର୍ଷ କୌଣସି ଚାନ୍ଦା ଆଦାୟ ନକରିବା ପାଇଁ ପୂର୍ବ ବୌଠରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେଣୁ ପୂର୍ବ ବର୍ଷର ସରକାରୀ ଅନୁଦାନ ତୁରନ୍ତ ଦେବାକୁ ଦାବି ହୋଇଥିଲା ।  ମିଳିତ ସମନ୍ବୟ ସମିତିର ଆଭିମୁଖ୍ଯ ସଂପର୍କରେ ପ୍ରଶାସନ କୌଣସି ସୂତ୍ରରୁ ଖବରପାଇ ବୁଧବାର ସଂଧ୍ୟାରେ ଉପଜିଲ୍ଲାପାଳ ଶୀତଳଷଷ୍ଠୀ ସଂପର୍କରେ ଆଲୋଚନା ପାଇଁ ତିନି କମିଟିର ସଦସ୍ୟମାନଙ୍କୁ ଡାକିଥିଲେ । କିନ୍ତୁ ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି । ଯାତ୍ରା ସଂପର୍କରେ ପ୍ରଶାସନ ଅବଗତ ଥାଇ ମଧ୍ୟ ପୂର୍ବରୁ ଏ ସଂପର୍କରେ କୌଣସି ଆଲୋଚନା କରି ନାହିଁ । ବତ୍ତର୍ମାନ ଯୁଗଲ ଦର୍ଶନ ଶୋଭାଯାତ୍ରା ନିଷ୍ପତ୍ତି ହୋଇସାରିଥିବା ବେଲେ ବୌଠକ ଡାକିବାର ଆଉ କୌଣସି ଅର୍ଥ ନାହିଁ ବୋଲି ମିଳିତ ସମନ୍ବୟ ସମିତିର ପକ୍ଷରୁ କୁହାଯାଉଛି ।

ବୁଧବାର ଅନୁଷ୍ଠିତ ବୌଠକରେ ଝାଡୁଆପଡାର ସରୋଜ ଦଲପତ,ସୁଶାନ୍ତ ପୁରୋହିତ, ଅଭିଶେକ ମିଶ୍ର, ପାର୍ଥସାରଥି ମିଶ୍ର, ନନ୍ଦପଡାର ଫଣୀଭୂଷଣ ମିଶ୍ର, ସମୀର ବାବୁ,ପ୍ରଭୁଦତ୍ତ ପଣ୍ଡା, ମୁଦିପଡାର ସୁନୀଲ ଦାସ,ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.