ମହିଳାଙ୍କୁ ହତ୍ୟା ପରେ ରାତାରାତି ଶବଦାହ: ୨ ଗିରଫ

0

ଟିଟିଲାଗଡ , ସଇଁତଳା (ଗୌରବ ଦର୍ଜୀ)- ଜିଲା ସଇଁନ୍ତଳା ଥାନା ଟିକ୍ରାପଡା ଗ୍ରାମରେ ନିଜ ସ୍ତ୍ରୀ ସୁରେଖା (୩୫)ଙ୍କୁ  ମଙ୍ଗଳବାର ରାତିରେ ହତ୍ୟା ପରେ ରାତାରାତି ଶବଦାହ କରି ଦେଇଥିବା ଅଭିଯୋଗରେ ଗ୍ରାମର ତ୍ରୀଲୋଚନ ରାଜପଲିଆ (୪୫)ଓ ତାଙ୍କ ତାଙ୍କ ବାପା ନର୍ଭେରାମ ରାଜପଲିଆ (୭୦)ଙ୍କୁ ପୋଲିସ ଗିରଫ କରିଛି । ସଇଁନ୍ତଳା ଥାନା କେଶ ନଂ୧୨୩ ରୁଜୁ ହୋଇ ଅଧିକ ତଦନ୍ତ ଚାଲୁ ରହିଥିବା ଟିକ୍ରାପଡା ଫାଣ୍ତି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ସଇଁନ୍ତଳା ଥାନାଧିକାରୀ ବାରିଣୀ ଦାଶ, ବଲାଙ୍ଗିର ସାଇଣ୍ଟିଫିକ ଟିମ ଫହଞ୍ଚି ତଦନ୍ତ କରିଛନ୍ତି । ରକ୍ତଭିଜା ଲୁଙ୍ଗି ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଛି । ବୁଧବାର ସକାଳେ ଭଉଣୀ ସୁରେଖାଙ୍କୁ ଭିଣୋଇ ତ୍ରିଲୋଚନ ହତ୍ୟା  କରି ରାତାରାତି ଶବଦାହ କରି ଦେଇଥିବା ବେଲପଡା ଥାନା ଧୁମାଭଟା ପଞ୍ଚାୟତ ଅଧିନ ରାଏଖାଲ ଗ୍ରାମର ଯଶୋବନ୍ତ ବାଗ ଟିକ୍ରାପଡା ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.