ଲଢେଇ ଅଧାରୁ ବଦଳିଲେ ମୋର୍ଚା ସେନାପତି : ଶକ୍ତି ଧରାଇ ନିକୁଞ୍ଜଙ୍କୁ ସ୍ୱାସ୍ଥ୍ୟରୁ ଅବ୍ୟାହତି 

0

ଭୁବନେଶ୍ୱର : ଆଜି ଆଇଏଏସ ସ୍ତରରେ ଛୋଟିଆ ଅଦଳ ବଦଳ ହୋଇଛି | ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ କିଶୋର ଧଳଙ୍କୁ ବଦଳାଯାଇ ତାଙ୍କୁ ଶକ୍ତି ବିଭାଗ ଦାୟିତ୍ୱ ଦିଆଯାଇଛି | ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ସାଧାରଣ ପ୍ରଶାସନ ବିଭାଗରେ ଓଏସ୍ଡି ଥିବା ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି | ସେହିପରି ଅନ୍ୟତମ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି |

ବଦଳି ଏକ ସ୍ୱାଭାବିକ ପ୍ରକ୍ରିୟା | ହେଲେ ନିଜ ବାପାଙ୍କ ଶୁଦ୍ଧକ୍ରିୟାକୁ ଗୌଣ କରି ସରକାରୀ କାର୍ଯ୍ୟ କରୋନା ଡ୍ୟୁଟିରେ ଯୋଗ ଦେଇ ସେତେବେଳେ ବାହାବା ସାଉଁଟି ଥିବା ତଥା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳଙ୍କୁ  ଆଜି କରୋନା ଲଢେଇ ଅଧାରୁ ମୋର୍ଚ୍ଚାର ପରିଚାଳନାରୁ ଅବ୍ୟାହତି ଦେବା ଘଟଣାକୁ ନେଇ ହାଲକା ଚର୍ଚ୍ଚା |   କିଛି ଦିନତଳେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସଚିବ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଏପିସି ପଦରୁ ଅବ୍ୟାହତି ଦିଆଯିବା ପରେ  ଅତିରିକ୍ତ ମୁଖ୍ୟଶାସନ ସଚିବ ସ୍ୱାସ୍ଥ୍ୟ ଭାବେ ଅବସ୍ଥାପିତ କରାଯାଇଛି । ହେଲେ ତାପରେ ବି ସ୍ୱାସ୍ଥ୍ୟ ବିଭାଗ ସଚିବ ଭାବେ ଶ୍ରୀ ଧଳ କାର୍ଯ୍ୟ କରିବେ ବୋଲି ଦର୍ଶାଯାଇଥିଲା |  

ସୂଚନାଯୋଗ୍ୟ ଯେ ଅଳ୍ପ କିଛି ମାସ ତଳେ ସ୍ୱାସ୍ଥ୍ୟ ସଚିବ ଡ଼ ପ୍ରମୋଦ ମେହେର୍ଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ଅବ୍ୟାହତି ଦିଆଯାଇ ଲୋକ ସେବା ଭବନରୁ ରାଜଭବନ ବଦଳି କରି ଦିଆଯାଇଥିଲା | 

 

Leave A Reply

Your email address will not be published.