ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାଷ ଚୌହ୍ୱାନଙ୍କ 54 ବର୍ଷ ବୟସରେ ପରଲୋକ ଘଟିଛି । ଲିଭର କ୍ୟାନସରରେ ପୀଡିତ ଶ୍ରୀ ଚୌହ୍ୱାନ ଗତ ୫ ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩ଟା ୫ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ତଥା ଦକ୍ଷ ସଙ୍ଗଠକ ଭାବରେ ପରିଚିତ ଥିଲେ l ତାଙ୍କର ବିୟୋଗ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଅପୂରଣୀୟ କ୍ଷତି l ପଶ୍ଚିମ ଓଡିଶାର ପ୍ରଗତି ପ୍ରତି ତାଙ୍କ କାର୍ଯ୍ୟନିଷ୍ଠା ଓ ତ୍ୟାଗ ଓ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ବିୟୋଗରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ସାଙ୍ଗଠନିକ ଜ଼ିଲ୍ଲା ତରଫରୁ ସଭାପତି ଶ୍ରୀ ବିନୟ କୁମାର ଟପ୍ପୋ, ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ, ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ଗୋପ ମହାନ୍ତି, ଜୟ ନାରାୟଣ ତ୍ରିପାଠୀ,ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରଜେନ୍ଦ୍ର ସିଂ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ କୁମାର ପଣ୍ଡା, ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ ନାଏକ, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ସୁନ୍ଦରଗଡ଼ ନଗର ସଭାପତି ସୁରେନ୍ଦ୍ର ଭିତରିଆ, ସଦର ବ୍ଲକ ଉପଧକ୍ଷ ତଥା ସଭାପତି ଅଶ୍ଵିନୀ କୁମାର ନାଏକ, ଟାଙ୍ଗରପାଲି ବ୍ଲକ ସଭାପତି ସନ୍ତୋଷ ଆଚାର୍ଯ୍ୟ, ଟାଙ୍ଗରପାଲି ବ୍ଲକ ଅଧକ୍ଷ ଜଟିଆ ମୁଣ୍ଡା ସମେତ ଅନ୍ୟମାନେ ଗଭୀର ଶୋକ ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛନ୍ତି l
Sign in
Sign in
Recover your password.
A password will be e-mailed to you.