ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) -ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଦେଖାଦେଇଥିବା ମହାମାରୀ “କରୋନା”ରୁ ମୁକ୍ତି ପାଇଁ ସୁନ୍ଦରଗଡ଼ ସାପ୍ତାହିକ ହାଟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଯୋନ ସଭାପତି ବୈକୁଣ୍ଠ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଵିନୟ ଟପ୍ପୋ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ଏ ଅବସରରେ ଦୈନିକ ବସୁଥିବା ହାଟ ଓ ସାପ୍ତାହିକ ହାଟକୁ ଆସିଥିବା ଲୋକଙ୍କୁ ଏବଂ ହାଟରେ ବସିଥିବା ଦୋକାନିମାନଙ୍କୁ ପାଉଁରୁଟି ,ପାଣିବୋତଲ ସହ ଗୋଟିଏ ଲେଖାଏଁ ମାକ୍ସ୍ ଓ ସାବୁନ ବଣ୍ଟନ କରାଯାଇଥିଲା ।ଏଥିସହ ଲୋକଙ୍କୁ କରୋନା ରୁ ରକ୍ଷା ପାଇବାପାଇଁ ସର୍ବଦା ନିଜ ହାତକୁ ସଫା ରଖିବା,ଘରୁ ପଦାକୁ ନ ବାହାରିବା ସହ ଲକ ଡ଼ାଉନ ନିୟମକୁ ପାଳନ କରିବାପାଇଁ ସଚେତନ ସହ ଅନୁରୋଧ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ଲଲାଟ ପରିଡ଼ା ,ପୂର୍ବତନ ଚେୟାରମ୍ୟାନ ବେଣୁଧର ତାଣ୍ଡିଆ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ମୁକେଶ ପୁରୋହିତ, ରାଜ୍ୟ ବିଜୁ ଛାତ୍ର ଜନତାଦଳର ସମ୍ପାଦକ ଶିବାଜୀ ନାଏକ, ଅଜୟ ସାହୁ ,ସୁବ୍ରତ ନାଏକ,ରୋଶନ ସାହୁ,ପିକୁ ପଟ୍ଟନାୟକ, ଧିରଜ ପ୍ରସାଦ, ରବି ଜ୍ଵଶବାଲ , କ୍ରାନ୍ତି ଦେବ ମହାରଣା ,ରାଧାମାଧଵ ପଣ୍ଡା ,ଆଶିଷ ମିଶ୍ର ,ସୁଭମ ସହାଏ ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post