ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :- ଗୋଆକୁ ଦାଦନ ଖଟିବାକୁ ଯାଇଥିବା ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକର ଜଣେ ୨୫ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ଲକ ଅଧୀନ ଗଏଲଶୁଖା ଗ୍ରାମର ରଞ୍ଜିତ ହେମ୍ରମ (୨୫)। ସେଠାରେ ସମୁଦ୍ରରେ ମାଛ ମାରିବା କାମରେ ନିୟୋଜିତ ଥିବା ବେଳେ ଦୁର୍ଘଟଣାରେ ସେ ଜୀବନ ହରାଇଛନ୍ତି। ଏହି ଖବର ପାଇବା ସ୍ତ୍ରୀ ନମିତା ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ମୃତ ରଞ୍ଜିତଙ୍କର ଦେଢବର୍ଷରୁ ୬ବର୍ଷ ମଧ୍ୟରେ ୩ପୁଅ ଅଛନ୍ତି। ସେ ଗତ ଅଗଷ୍ଟ ମାସରେ ଗ୍ରାମର ଅନ୍ୟ ଯୁବକମାନଙ୍କ ସହିତ ମିଶି କାମ କରିବାକୁ ଗୋଆ ଯାଇଥିଲେ। ୧୫ଦିନ ତଳେ ନିକଟସ୍ଥ ଗିଧପାହାଡି ଗ୍ରାମର ଆଉ ଜଣେ ୨୫ବର୍ଷୀୟ ଯୁବକଙ୍କ ଗୋଆରେ ମୃତ୍ୟୁ ହୋଇଥିଲା। ଏହି ପଞ୍ଚାୟତରୁ ୨୫୦ରୁ ଊର୍ଦ୍ଧ୍ୱ ଯୁବକ ଗୋଆ ରୋଜଗାର ପାଇଁ ଯାଇଛନ୍ତି। ସେଠାରେ ସମୁଦ୍ରରେ ମାଛ ମାରିବା କାର୍ଯ୍ୟରେ ସେମାନେ ନିୟୋଜିତ ହୋାଇଛନ୍ତି। ମାସ ମାସ ଧରି ମାଛମରା କାମରେ ନିୟୋଜିତ ଥିବା ବେଳେ ଅନେକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ।
Sign in
Sign in
Recover your password.
A password will be e-mailed to you.