କି ଅମଣିଷ ଏମାନେ, ବର୍ବରତାର ସବୁ ସୀମା କଲେ ଅତିକ୍ରମ

0 2

 ସୁନ୍ଦରଗଡ଼ ଜିଲ୍ଲାରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ପଞ୍ଚାୟତ  ଝରମୁଣ୍ଡା ଗ୍ରାମରେ ସପ୍ତାହେ ତଳେ କିଛି ଯୁବକ ୨ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ ଖଟରେ ବାନ୍ଧି ନିର୍ମମ ଭାବେ ଲାତ, ଚାପୁଡ଼ା ,ଠେଙ୍ଗା , ରେମାଡ କ୍ରୁରତା ଭଳି ମାରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ  ହେବାପରେ ସୁନ୍ଦରଗଡ଼ ପୋଲିସ ପକ୍ଷରୁ ତନାଘନା ଜାରୀ ରହିଥିଲା ଅନେକ ପ୍ରଚେଷ୍ଟା ବଳରେ ଘଟଣା ସମ୍ପର୍କରେ ପୋଲିସ ସଠିକ ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଥିଲା | 

ଘଟଣା ସମ୍ପର୍କରେ ପୋଲିସ  ୬ ଅଭିଯୁକ୍ତଙ୍କୁ ମଙ୍ଗଳବାର ରାତିରେ ପୋଲିସ ଗିରଫ କରିଥିବା ଜଣାପଡିଛି । ଏମାନେ ହେଲେ ଝାରମୁଣ୍ଡା ଗ୍ରାମର ଗଜାନନ କିଷାନ, ଠଣ ଟପ୍ପୋ, ମକୁନ୍ଦପୁର ଗାଁର ମହନ୍ତ ଲାକ୍ରା, ଇନ୍ଦ୍ରଜିତ ଲାକ୍ରା, ବିଷ୍ଣୁ ଲାକ୍ରା ଓ ତାଳିମୁଣ୍ଡା ଗାଁର ପରମେଶ୍ୱର ନାଏକ।

Leave A Reply

Your email address will not be published.