ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ : ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ

0 2

ପଦ୍ମପୁର/ ଶାସକ ପ୍ରଶାସକ :  ପାଇକମାଲ ତହସିଲ କାର୍ଯ୍ୟାଳୟରେ  ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସହ ବର୍ତ୍ତମାନ କରୋନାର ସ୍ଥିତି ଓ ସରକାରୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ ବିଷୟରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଶଦ୍ ଆଲୋଚନା କରିଥିଲେ  । ଯେଉଁ ଗରିବ ପରିବାର ମାନଙ୍କ ରାସନ କାର୍ଡ ନାହିଁ ସେମାନଙ୍କୁ କିଭଳି ଚାଉଳ ଯୋଗାଇ ଦିଆଯିବ ଓ ମେ  ୩ ତାରିଖ ଲକ ଡାଉନ୍ ଅବଧି ସରିବା ପରେ ପଦ୍ମପୁର ଅଞ୍ଚଳ ଦାଦନ ଶ୍ରମିକ ମାନେ ବର୍ତ୍ତମାନ ଯେଉଁ ମାନେ ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର, ତାମିଲ ନାଡୁ ଆଦି ଅଞ୍ଚଳରେ ଅଛନ୍ତି ପାଖାପାଖି ପଚାଶ ହଜାର ଏଭଳି ଶ୍ରମିକ ଗାଁ ମାନଙ୍କୁ ଫେରିବା ସେମାନଙ୍କ ପାଇଁ କିଭଳି ସରକାରୀ ସହାୟତା ଯୋଗାଇଦେବା ସହ ତାଙ୍କ ପାଇଁ କୋରେନ୍ ଟାଇନ୍ ର  ବ୍ୟବସ୍ଥା କରାଯିବ ସେ ବିଷୟରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ  । ଆଲୋଚନା ସମୟରେ ପାଇକମାଲ ତହସିଲଦାର ମନୋଜ କୁମାର ମେହେର,ଅତିରିକ୍ତ ତହସିଲଦାର ସୁଶାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ  ।
 

Leave A Reply

Your email address will not be published.