ପଦ୍ମପୁରରେ ପ୍ରବାଦ ପୁରୁଷଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0

17-05-18-padam.jpg - 54.20 kB

ପଦ୍ମପୁର(Nila Deep )- ପ୍ରବାଦ ପୁରୁଷ ତଥା ଆଧୁନିକ ଓଡ଼ିଶାର ନିର୍ମାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୄତ୍ବରେ ପାଳିତ ହୋଇଯାଇଛି ।ଏହି ଅବସରରେ ପଦୁପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି ।ଏହାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଶ୍ରୀଯୁକ୍ତ ବରିହା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏହା ସହିତ ତାଙ୍କ ଅଭିଭାଷଣରେ ପ୍ରବାଦ ପୁରୁଷଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ପ୍ରିତମ ମେହେର,ପ୍ରଶାନ୍ତ ମହାନ୍ତି, ନରେଶ ଅଗ୍ରୱାଲ, ରାଜେଶ ସାହୁ,ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା,ସନ୍ତୋଷ ସେଠ,ସଞ୍ଜୀବ ସାହୁ,ବିକାଶ ନାଏକ,ଗାଦି ନାରାୟଣ ପଟ୍ଟନାୟକ,ପ୍ରଶାନ୍ତ ବେହେରା,ଚୈତନ୍ୟ ମଲ୍ଲିକ, ମହେଶ୍ବର ପୁରୀ,ସୁକାନ୍ତ ବାଗ,ସୁକାନ୍ତ ମେହେର, କୁଞ୍ଜବିହାରୀ ଦଣ୍ଡସେନା,ମୋହନ ସାହୁ,ଘନଶ୍ୟାମ ସ୍ବାଇଁ, ଜଗବନ୍ଧୁ ବାଗ,ସୁରେଶ ଚାନ୍ଦ ତଥା ବିଜୁ ଜନତା ଦଳର ସମସ୍ତ କର୍ମୀ ଅଂଶ ଗ୍ରହଣ କରିଥିଲେ ।

 

Leave A Reply

Your email address will not be published.