ଉନ୍ନାଓ ଓ ରାସ୍‍ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପ୍ରତିବାଦ,  ବିଜୁ ମହିଳା ଜନତା ଦଳର କ୍ୟାଣ୍ଡେଲ୍‍ ଶୋଭାଯାତ୍ରା

0

 

13-04-18-bjd-w.jpg - 90.89 kBଭୁବନେଶ୍ୱର,: ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମ ସୀମା ଟପିଛି । ଦୋଷୀ ଓ ଅଭିଯୁକ୍ତଙ୍କୁ ବିଜେପି ସରକାର ସୁରକ୍ଷା ପ୍ରଦାନ କରୁଛନ୍ତି । ଯେପରି ଭାବରେ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଜନୈକ ଉତ୍ତରପ୍ରଦେଶ ବିଧାୟକଙ୍କ ଭାଇ ଓ ତାଙ୍କ ସହଯୋଗୀମାନେ ଏକ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ, ତାହା ଅବର୍ଣ୍ଣନୀୟ । ଏଥିନେଇ ପୀଡ଼ିତା ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ପୋଲିସ କାହାକୁ ଗିରଫ କରିବାକୁ ସାହସ ଜୁଟାଇପାରିନଥିଲା । ଓଲଟା ବିଧାୟକଙ୍କ ସୁପାରିସରେ ପୀଡ଼ିତାର ବାପାଙ୍କୁ ଜେଲ୍‍ ହାଜତକୁ ପଠାଇ ପିଟି ପିଟି ମାରି ଦିଆଯାଇଥିଲା । ଅଭିଯୁକ୍ତମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଆହ୍ଲାବାଦ୍‍ ହାଇକୋର୍ଟ ଉକ୍ତ ମାମଲା ନେଇ ପ୍ରଶ୍ନ କରିବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି । କେବଳ ଉନ୍ନାଓ ନୁହେଁ, ଜାମ୍ମୁ କଶ୍ମୀର କାଠୁଆ ଜିଲ୍ଲାର ରାସ୍‍ନାରେ ଜଣେ ନାବାଳିକାକୁ ଅପହରଣ କରି ଏକ ମନ୍ଦିର ପରିସରରେ ରଖିବା ସହ ନିଶା ଦେଇ ଗଣଦୁଷ୍କର୍ମ କରିବା ପରେ ଧରାପଡିଯିବା ଭୟରେ ହତ୍ୟା କରାଗଲା । ଅଭିଯୁକ୍ତମାନେ କିନ୍ତୁ ବିଜେପି ନେତା ଓ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଥିବାରୁ ସେମାନଙ୍କ ସପକ୍ଷରେ ନେତା ଓ ମନ୍ତ୍ରୀ ଯୁକ୍ତି ଦର୍ଶାଉଥିବା ଅତ୍ୟନ୍ତ କ୍ଷୋଭର ବିଷୟ ।

ସଂପ୍ରତି ଉନ୍ନାଓ ଏବଂ ରାସ୍‍ନା ଠାରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ପଛରେ ବିଜେପି ନେତାଙ୍କ ହାତ ଥିଲାବେଳେ ଦୁଇ ରାଜ୍ୟ ସରକାର ଅଭିଯୁକ୍ତମାନଙ୍କୁ ଧରି ନପାରିବା ଗଣତନ୍ତ୍ର ପ୍ରତି ଉପହାସ ଓ ଆଘାତ । ଏଥିନେଇ ଗଣତନ୍ତ୍ର ବିପଦାପନ୍ନ ହୋଇଥିବାରୁ ଶୁକ୍ରବାର  ସନ୍ଧ୍ୟା ୬ଟା ବେଳେ ମାଷ୍ଟର କ୍ୟାଣ୍ଟିନ୍‍ ଛକରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ କ୍ୟାଣ୍ଡେଲ୍‍ ଶୋଭାଯାତ୍ରା ବାହାରିଥିଲା । ପରେ ଏହି ଶୋଭାଯାତ୍ରା ରାଜମହଲ ଛକ ଓଭରବ୍ରିଜ୍‍ ତଳେ ପହଞ୍ଚôଥିଲା । ସେଠାରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିଙ୍କ ନେତୃତ୍ୱରେ ମହିଳା ନେତୃମଣ୍ଡଳୀ ଓ କର୍ମୀ ମହମବତି ଜାଳି ନିରବ ପ୍ରତିବାଦ ଜଣାଇଥିଲେ ।

ଏହି ମହମବତି ଶୋଭାଯାତ୍ରାରେ ଭୁବନେଶ୍ୱର ଡେପୁଟି ମେୟର କେ. ଶାନ୍ତି, ଉପ-ସଭାପତି ଗୀତାଞ୍ଜଳି ବସ୍ତିଆ, ସୁନନ୍ଦା ଶତପଥୀ, ସଂଯୁକ୍ତା ମହଲ, ସଂଯୁକ୍ତା ମହାନ୍ତି, ଜିଲ୍ଲା ସଭାପତି ଭାରତୀ ସିଂହ, ଏକାମ୍ର-ଭୁବନେଶ୍ୱର ସଭାନେତ୍ରୀ ମହାମାୟା ସ୍ୱାଇଁ, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ସାଧାରଣ ସଂପାଦିକା ସରଳା ସ୍ୱାଇଁ, ମନ୍ଦାକିନୀ କର, ମାନସୀ ସୁନ୍ଦରାୟ, ଏଲିନା ଦାସ, ଭୁବନେଶ୍ୱର ମହାନଗର ନିଗମର ମହିଳା କର୍ପୋରେଟର୍‍ଙ୍କ ସମେତ ହଜାରେରୁ ଊଦ୍ଧ୍ୱର୍ ମହିଳା କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.