ଲୋକ ଭୁଲିବା ଆରମ୍ଭ କଲେଣି ବଲାଙ୍ଗୀରରେ ମୁନିସିପାଲିଟି ଅଛି ବୋଲି 

0

ଦୁର୍ନୀତିଗ୍ରସ୍ତ ପୈାରପରିଷଦକୁ ବରଖାସ୍ତ କରାଯାଉ : ସମରେନ୍ଦ୍ର..

13-04-18-congress-pressmeet.jpg - 41.71 kB

ବଲାଙ୍ଗିରରୁ ନିରୋଜ ମିଶ୍ର : ଦିର୍ଘବର୍ଷ ହେଲା ବଲାଙ୍ଗିର ପୈାରପରିଷଦ ଶାସକ ଦଳର କବଜାରେ ଅଛି  । ଏହାର କାର୍ଯ୍ୟକାଳ ଯେତିକି ବଢୁଛି ପୈାରପରିଷଦର ଶୂନ୍ୟତା  ସେତେ ବୃଦ୍ଧି ପାଉଛି  । ଧିରେ ଧିରେ ଲୋକେ ପୈାରପରିଷଦ ବଲାଙ୍ଗିରରେ ଅଛି ନା ନାହିଁ ତାହା ଭୁଲିଗଲେଣି  । ରାସ୍ତାଘାଟ ,ନାଳନର୍ଦ୍ଦମା  ଯୁଆଡେ ଦେଖିଲେ ଅବ୍ୟବସ୍ଥିତ ହୋଇ ପଡିଛି  । ପୈାରପରିଷଦର ପ୍ରତ୍ୟକ କାରବାରରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି  । ଏପରିକି ସିଏଜି ତାଙ୍କ ରିପୋର୍ଟରେ ପୈାରପରିଷଦରେ ଆଥିକ ଅନିୟମିତତା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି  । କିନ୍ତୁ ଆଜି ପର୍ଯ୍ୟନ୍ତ ପୈାରପରିଷଦ ବିରୁଦ୍ଧାରେ କୈାଣସି ପ୍ରକାର କାର୍ଯାନୁଷ୍ଠାନ  ନିଆଗଲା ନାହିଁ  । ଫଳରେ ଦୁର୍ନୀତି କମିବା ବଦଳରେ ଆହୁରି ବଢି ବଢି ଚାଲିଛି  । ତେଣୁ ଆମେ ଏପରି ଏକ ଦୁର୍ନୀତିଗ୍ରସ୍ତ ପୈାରପରିଷଦ କୁ ବରଖାସ୍ତ କରିବା ପାଇଁ ଦୃଢ ଦାବୀ ଜଣାଉଛୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା  ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି  । 

ନଗର କଂଗ୍ରେସ ସଭାପତି ସୁଦାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଲଣିରେ ଜିଲା କଂଗ୍ରେସ ସଭାପତି ଦୀଲିପ ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଏହି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ  ଉପରେ ସୂଚନା ପ୍ରଦାନ କରିଥିଲେ  । ଏହି ସମ୍ମିଳନୀରେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ଉପସ୍ଥିତ  ସାମ୍ବାଦିକ ମାନଙ୍କୁ ପୈାରପରିଷଦର ଅପାରଗତା ଏବଂ ଦୁର୍ନୀତି କିଭଳି ଚରମ ସୀମାରେ ପହଞ୍ଚôଲାଣି ସେ ନେଇ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ  । ଶ୍ରୀ ମିଶ୍ର ଅଭିଯୋଗ ଅନୁଯାୟୀ ଧୁଲିସଫା ମେସିନ କିଣାରେ ଘୋର ଦୁର୍ନିତି ହୋଇଥିବା ସିଏଜି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି  । କିନ୍ତୁ ଦୁଃଖର ବିଷୟ ମେସିନ କିଣାରେ ଯେତିକି ଦୁର୍ନୀତି ହୋଇଛି ତାହାଠାରୁ ବେଶୀ ଏହାର ବ୍ୟବହାର ରେ ହେଉଥିବା ସଂପୂର୍ଣ୍ଣ ଖର୍ଚ୍ଚ କୁ ପୈାରପରିଷଦ ବାଟମାରଣା କରୁଥିବା ଅଭିଯୋଗ କରିଛନ୍ତି । ଏପରିକି ଘରୋଇକରଣ ହୋଇଥିବା ବିଭିନ୍ନ ୱାର୍ଡର ସଫେଇରେ ଏହି ମେସିନ କିପରି ଲାଗୁଛି ବୋଲି ପ୍ରଶ୍ନ କରିଛନ୍ତି  । ଆହୁରି ମଧ୍ୟ ଡ୍ରେନ ସଫା କରିବା ମେସିନ,ଲାଇଟ କିଣାରେ ହୋଇଥିବା ଆର୍ଥିକ ଚଞ୍ଚକତା ବିଷୟରେ ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି  । ବିନା ଟେଣ୍ଡରରେ ପୈାରପରିଷଦ ଗତ ଚାରି ବର୍ଷ ମଧ୍ୟରେ କଣ୍ଟାବାଞ୍ଜିର ଏକ ଦୋକାନ ଭଗବତୀ ଏଣ୍ଟରପ୍ରାଇଜେର୍ସ ଠାରୁ ବେଆଇନ ଭାବେ ୩.୭୨ କୋଟି ଟଙ୍କା ଏଲଇଡି ଲାଇଟ ଏବଂ ସାମଗ୍ରୀ କିଣିଥିବା ସିଏଜି ଉଲ୍ଲେଖ କରିଛନ୍ତି । ଏପରିକି ଟେଣ୍ଡର ପ୍ରକ୍ରିୟାରୁ  ଦୂରେଇ ରହିବା ପାଇଁ ପୈାରପ୍ରଶାସନ ଉକ୍ତ ଫାର୍ମର ଏକ ଅନୁରୋଧ କରିଥିବା ଚିଠି ଉପରେ ବେଆଇନ ଭାବେ ଅଗ୍ରାଧିକାର ଦିଆଯାଇଥିବା ଜଣାପଡିଛି  । ତେବେ ପୈାରାଞ୍ଚଳରେ କେତେ ପରିମାଣର ସାମଗ୍ରୀ ଦରକାର ଅଛି ସେ ନେଇ କୈାଣସି ଅନୁଧ୍ୟାନ କରାଯାଇନଥିବା ବେଳେ ଏ ନେଇ ପୈାରପରିଷଦ ବୈଠକରେ ମଧ୍ୟ ଆଲୋଚନା କରାନଯାଇ ଏହି କାରବାର କରାଯାଇଥିବା ଅଭିଯୋଗ ହୋଇଛି  । ସେହିପରି ୧୪ ଟି ୱାର୍ଡର ସଫେଇର ଘରୋଇକରଣ,ମୋବାଇଲ ଟଏଲେଟ,ଡ୍ରେନ ସଫେଇ ମେସିନ କିଣାରେ ମଧ୍ୟ ଅନେକ ଅନିୟମିତତା କରାଯାଇଥିବା ସିଏଜି ଉଲ୍ଲେଖ କରିଛନ୍ତି  । ଶ୍ରୀ  ମିଶ୍ର ପୈାର ପରିଷଦର ଏହି ଦୁର୍ନତି କୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିବା ସହିତ ସେ କହିଛନ୍ତି ପୈାରପରିଷଦ ର ପ୍ରତ୍ୟକ କାର୍ଯ୍ୟକଳାପରେ ଦୁର୍ନୀତି ରହିଛି  ବୋଲି  ପ୍ରମାଣ ଏମାନେ କରୁଥିବା ଖରାଦିନିଆ ପାଣିଛତ୍ର ରୁ ଜଣାପଡିଛି  । କେବଳ ନାମକୁ ମାତ୍ର ବର୍ଷକୁ ଥରେ ପାଣିଛତ୍ର ତିଆରି ନାମରେ ଏକ ବଡ ପରିମାଣର ଅର୍ଥ ତୋଷାରପାତ ହେଉଥିବା ସେ ଅଭିଯୋଗ କରିଛନ୍ତି  । ଲୋକଙ୍କୁ ବର୍ଷସାରା ସ୍ଥାୟୀ ଭାବେ ବିଶୁଦ୍ଧ ପାନୀୟ ଜଳ ମେସିନ ଦ୍ୱାରା ଯୋଗାଇଦେବା  ପରିବର୍ତ୍ତେ  ପୈାରପରିଷଦ ଅସ୍ଥାୟୀ ପାଣିଛତ୍ର ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକଙ୍କ ଚାରିବର୍ଷର କାମର ମଧ୍ୟ ସୂଚନା ଦିଆଯାଇଥିଲା  । ଗତ ନିର୍ବାଚନରେ ବିଧାୟକଙ୍କ ନିର୍ବାଚନୀ ଇସ୍ତାହାରର ସମସ୍ତ ବିଷୟ ପୁରା ହେବାକୁ ଯାଉଥିବା ବେଳେ ବଲାଙ୍ଗିର ବିଭୂତିପଡାରେ ଥିବା ସ୍ମଶାନଘାଟ ଉନ୍ନତିକରଣ,ରାଣୀବନ୍ଧର ଉନ୍ନତିକରଣ ତଥା ଲକ୍ଷ୍ମୀଯୋର ସୈାନ୍ଦର୍ଯ୍ୟକରଣରେ ଏହାର ଉପରଭାଗରେ ଗନେ୍ଧ୍ରଲ ଡ୍ୟାମ ପର୍ଯ୍ୟନ୍ତ ସଂପ୍ରସାରଣ ତଥା ସୈାନ୍ଦର୍ଯ୍ୟକରଣ ପ୍ରସ୍ତାବ ଆପତତଃ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବା  ସୂଚନା ଦେଇଥିଲେ  । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ମେଡିକାଲ  କଲେଜ କାମ ତଥା ଏଠାରେ ନାମଲେଖାରେ ସ୍ଥାନୀୟ ଶାସକ ଦଳର ନେତା ମାନେ ହୀନଚକ୍ରାନ୍ତ କରି ନାମଲେଖାରେ ବିଲମ୍ବ କରୁଥିବା ସେ ଅଭିଯୋଗ କରିଥିଲେ  । ଏପରିକି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ କିଛି ସ୍ଥାନୀୟ ନେତା ଚକ୍ରାନ୍ତ କରୁଛନ୍ତି ବୋଲି ବିଧାୟକଙ୍କ ପ୍ରଶ୍ନରେ କହିଥିଲେ  । ଯାହା କିଛି ବି ବଲାଙ୍ଗିରର ବିକାଶ ପାଇଁ ପ୍ରସ୍ତାବ ଯାଇଛି ତାହା ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ହିଁ କରାହୋଇଛି ବୋଲି ଶ୍ରୀ ମିଶ୍ର ଦାବୀ କରିବା ସହିତ ଏଠାରେ ଥିବା ଶାସକ ଦଳର ନେତା ମାନେ ଦୀର୍ଘ ବର୍ଷ ବିଭିନ୍ନ ପଦପଦବୀରେ ଥାଇ ମଧ୍ୟ କୈାଣସି କାମ କରିନାହାନ୍ତି ବୋଲି ସେ କଟାକ୍ଷ କରିଥିଲେ  । ପରିବର୍ତ୍ତନ ଧାରାରେ ବଲାଙ୍ଗିର ବିଧାୟକ ଭାବେ ନରସିଂହ ମିଶ୍ର ଜିତିବା ପରେ ଗାଁ ଭଳିଆ ଦେଖାଯାଉଥିବା ବଲାଙ୍ଗିର ଏକ ପୂର୍ଣ୍ଣାଙ୍ଗ ସହର ଆଡକୁ ଗତି କରୁଛି ବୋଲି ସେ କହିବା ସହ ବିଭିନ୍ନ ସରକାରୀ ରାସ୍ତା ଗୁଡିକର ଆହୁରୀ ଉନ୍ନତିକରଣ ପାଇଁ ପୈାରପରିଷଦ ପ୍ରତିବନ୍ଧକ ସାଜୁଥିବା ସେ କହିଥିଲେ । କିଛି ସ୍ଥାନରେ ପୈାରପରିଷଦ ନିଜେ ସରକାରୀ ରାସ୍ତାକୁ ଜବରଦଖଲ  କରି ଷ୍ଟଲ  ନିର୍ମାଣ କରି ରାସ୍ତା କୁ ସଂକୁଚିତ କରୁଥିବା ସେ ଅଭିଯୋଗ କରିଛନ୍ତି  । ଏହି ସାମ୍ବାଦିକ ସମ୍ମିଳନୀରେ କାଉନସିଲର ମିଲୋନୀ ସାହୁ,ଗୈାରୀ ସାହୁ,ଅଖଣ୍ଡ ସେଠ,ସୈାମ୍ୟଦୀପ ସରାଫ,ଯୁବନେତା ବୁଲୁଦାନୀ,ସନ୍ଥକ ବହିଦାର ମଞ୍ଚାସୀନ ଥିଲେ  ।   

Leave A Reply

Your email address will not be published.