କଟକ ତା ୨୩.୧୦.୨୦୨୬ରିଖ ବେଲେଶ୍ୱର ଗ୍ରାମରେ ମା ଙ୍କ ପ୍ରତି ଭକ୍ତି ଓ ବିଶ୍ୱାସର ଏକ ନିଆରା କାହାଣୀ। ସ୍ୱପ୍ନରେ ଛୋଟ ଶିଶୁ ରୂପରେ ଦର୍ଶନ ଦେଇଥିଲେ ମା’ ବିଲମଙ୍ଗଳା। ଆଉ ସେହି ଦିନଠାରୁ ମା’ଙ୍କୁ ନିଜର ବଡ଼ ଝିଅ ଭାବେ ମାନି ଆସୁଛନ୍ତି ମାଧବାନନ୍ଦ ଦାସ ଓ ରଶ୍ମିରେଖା ଦାସ। ଏଭଳି ଏକ ନିଆରା ଭକ୍ତି ଓ ଆସ୍ଥାର କାହାଣୀ ସାମ୍ନାକୁ ଆସିଛି କଟକ ନୂଆବଜାର ଅନ୍ତର୍ଗତ ବେଲେଶ୍ୱର ଗ୍ରାମରୁ।
କଟକ ନୂଆବଜାର ବେଲେଶ୍ୱର ଗ୍ରାମର ମାଧବାନନ୍ଦ ଦାସ ଓ ତାଙ୍କ ପତ୍ନୀ ରଶ୍ମିରେଖା ଦାସଙ୍କର ରହିଛି ମା’ ବିଲମଙ୍ଗଳାଙ୍କ ପ୍ରତି ଅଗାଢ଼ ଭକ୍ତି ଓ ବିଶ୍ୱାସ।
ରଶ୍ମିରେଖା ଦାସଙ୍କ କହିବା ଅନୁସାରେ, ଗୋଟିଏ ରାତିରେ ସ୍ୱପ୍ନରେ ତାଙ୍କୁ ଏକ ଛୋଟ ଶିଶୁର ରୂପରେ ଦର୍ଶନ ଦେଇଥିଲେ ମା’ ବିଲମଙ୍ଗଳା। ଏହି ଅନୁଭୂତି ପରେ ଦମ୍ପତିଙ୍କ ମନରେ ମା’ଙ୍କ ପ୍ରତି ଆହୁରି ଗଭୀର ଶ୍ରଦ୍ଧା ଓ ଆତ୍ମୀୟତା ସୃଷ୍ଟି ହୋଇଥିଲା।
ଦମ୍ପତିଙ୍କର ଜଣେ ନିଜସ୍ୱ ଝିଅ ଥିବାବେଳେ, ସେମାନେ ମା’ ବିଲମଙ୍ଗଳାଙ୍କୁ ମଧ୍ୟ ନିଜର ଝିଅ ଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ବିଶ୍ୱାସ ଅନୁଯାୟୀ, ମା’ ବିଲମଙ୍ଗଳା ହେଉଛନ୍ତି ସେମାନଙ୍କ ବଡ଼ ଝିଅ।
ଏହି ଘଟଣା ଦମ୍ପତିଙ୍କ ବ୍ୟକ୍ତିଗତ ଧାର୍ମିକ ଅନୁଭୂତି ଓ ମା’ଙ୍କ ପ୍ରତି ଥିବା ଅତୁଟ ଆସ୍ଥାକୁ ପ୍ରତିଫଳିତ କରୁଛି। ମା’ଙ୍କୁ ନିଜ ପରିବାରର ଜଣେ ସଦସ୍ୟ ଭାବେ ମାନିବା ସହ ତାଙ୍କ ପ୍ରତି ନିଜର ଭକ୍ତି ଓ ଭଲପାଇବା ଅର୍ପଣ କରୁଛନ୍ତି ଏହି ଦମ୍ପତି।