ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା 

0

13-04-18-bolangir-teacher.jpg - 80.76 kB ବଲାଙ୍ଗିର/ନିରୋଜ ମିଶ୍ର  – ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ରାମ ଗୋପାଲ ହିନ୍ଦୀ ହାଇସ୍କୁଲ ଠାରେ ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ସାଧନ କର୍ମୀ ଭାଲେର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ସୁନା, ସାଲେଭଟା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ମୁରିବାହାଲ ଏବିଇଓ ଉଦ୍ଧବ ଚରଣ ନାଏକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଲ୍ଲାଦିନି ମହାପାତ୍ର  ଉପସ୍ଥିତ ଥିଲେ । ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ ତଥା ଓଡିଶା ମାଧ୍ୟମିକ ଶିକ୍ଷା ମିଶନ ତରଫରୁ ପରିଚାଳିତ ଏହି ଯୋଜନାରେ ସମସ୍ତ ବିଦ୍ୟାଳୟର ଅଭିବୃଦ୍ଧି ଓ ମୁଲ୍ୟାଙ୍କନ ନିର୍ଦ୍ଧାରଣ ର ବ୍ୟବସ୍ଥା ରହିଛି । ସମସ୍ତ ସ୍କୁଲ ମାନଙ୍କର ତଥ୍ୟ ସଂଗୃହୀତ କରାଯାଇ ସ୍କୁଲ ମାନକ ଏବଂ ମୁଲ୍ୟାଙ୍କନର ରୂପରେଖ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ଏଥିରେ ନିହିତ ଅଛି । ଏଥିପାଇଁ ବଲାଙ୍ଗିରର ୧୪ ବ୍ଲକର ୨ ଗୋଟି ହାଇସ୍କୁଲର  ପ୍ରଧାନ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସେମାନେ ନିଜ ନିଜ ବ୍ଲକର ଅନ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ତାଲିମ ପ୍ରଦାନ କରିବେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅଶ୍ୱିନି ଷଡଙ୍ଗୀ, ଅନିଲ ନନ୍ଦ, ବିଶ୍ୱଜିତ ପଧାନ, କରୁଣା ସା ପ୍ରମୁଖ ସହଯୋଗ  କରିଥିଲେ । 

 

Leave A Reply

Your email address will not be published.