ବଡ଼ବିଲରେ କରୋନା ସମ୍ପର୍କିତ ଗୁଜବ : ଜଣେ ଗିରଫ 

0 2

ବଡ଼ବିଲ (ଶାସକ ପ୍ରଶାସକ) କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଗିରଫ ହେବା ଘଟଣା ବଡ଼ବିଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ କରୋନାକୁ ନେଇ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ବଡ଼ବିଲ ପୋଲିସ ସଂପୃକ୍ତ ସେକ ଅବଦୁଲ ରହିମଙ୍କୁ ଗିରଫ କରିଛି। ତାଙ୍କ ଘର ଆଜାଦ ବସ୍ତି ଅଞ୍ଚଳରେ ବୋଲି ଜଣାପଡ଼ିଛି।  ପୋଲିସ କେସ୍‌ ନଂ 51/20 u/s 188/290/505(1)(b) IPC r/w 54 Disaster Management Act ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। କରୋନାକୁ ନେଇ ମିଥ୍ୟା ପ୍ରଚାର କରିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।

Leave A Reply

Your email address will not be published.