ଲକ୍‌ଡାଉନ୍‌: ଔଷଧ ନାଁରେ ବାହାରେ ବୁଲୁଛନ୍ତି ଲୋକେ

0 2

ରେଢାଖୋଲ ଉପଖଣ୍ଡ ଯଶୋବନ୍ତ ନାରାୟଣ ସାହୁ :-କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ  ବ୍ଲକ ଅଞ୍ଚଳରେ ଲୋକମାନେ ଏହାକୁ ମାନୁ ନ ଥିବା ଦେଖାଯାଉଛି। ଔଷଧ ନହେଲେ ଖାଦ୍ୟ ସାମଗ୍ରୀ ଆଣିବା ନାଁରେ ଅନେକ ଲୋକ ଘରୁ ବାହାରି ପଦାରେ ବୁଲୁଛନ୍ତି। ବ୍ଲକ ଅଧୀନ ସାପ୍ତାହିକ ହାଟରେ ଅନେକ ସମୟରେ ଲୋକଙ୍କ ଗହଳି ଲାଗି ରହୁଥିବାରୁ ସ୍ଥାନୀୟ  ପୋଲିସ  ସେଠାରେ ପହଞ୍ଚତ୍ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ।  ଅପ୍ୟପଟେ ଲକ୍‌ଡାଉନ୍‌ ପାଇଁ ରେଢାଖୋଲ ବ୍ଲକ ର  ବିଭିନ୍ନ ଜନଗହଳିପୂର୍ଣ୍ଣ ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଭିନ୍ନ ସମୟରେ ଗାଁ ଭିତରକୁ ପିସିଆର୍‌ ଭ୍ୟାନ୍‌ ପଶି ପରିସ୍ଥିତି ଉପରେ ନଜର ରଖୁଛନ୍ତି।

Leave A Reply

Your email address will not be published.