ବନ୍ଧରେ ବୁଡି ମାନସିକ ଭିନ୍ନକ୍ଷମ ବାଳକ ମୃତ

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ଶଙ୍କୁରୁ ପଞ୍ଚାୟତ, ଚିଲିଖମା ରାଜସ୍ୱ ଗ୍ରାମ ଅନ୍ତର୍ଗତ ଭାଲୁଆସାହି ଗ୍ରାମର ଜଣେ ୭ ବର୍ଷ ବୟସର ମାନସିକ ଭିନ୍ନକ୍ଷମ ବାଳକ ବନ୍ଧ ପାଣିରେ ବୁଡି ଶନିବାର ଦିନ ଦିବା ପ୍ରାୟ ୧୧ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘଟଣାରୁ ଜଣା ପଡିଛି ଯେ ଭାଲୁଆସାହି ଗ୍ରାମର ଭଗବାନ ଆରୁଖଙ୍କ ପୁଅ ଗୋବର୍ଦ୍ଧନ ଆରୁଖ ଜଣେ ମାନସିକ ଭିନ୍ନକ୍ଷମ ବାଳକ ଅଟନ୍ତି। ଗରିବ ଶ୍ରମିକ ପରିବାରର ଏହି ମୃତ ମାନସିକ ଭିନ୍ନକ୍ଷମ ବାଳକ ଗୋବର୍ଦ୍ଧନ ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପା ଦାଦନ ଖଟିବାକୁ ଯାଇ ସୁରାଟରେ ଫସି ରହିଛନ୍ତି। ମାଆ ଘରେ କାମକରୁଥିବା ସମୟରେ କେତେବେଳେ ଗୋବର୍ଦ୍ଧନ ବନ୍ଧକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଦିବା ୧୧ ଟା ପର୍ଯ୍ୟନ୍ତ ଘରକୁ ଖାଇବାକୁ ନଆସିବା ଯୋଗୁଁ ମାଆ, ପୁଅକୁ ଖୋଜିବାକୁ ଯାଇ ବନ୍ଧରେ ଭାସୁ ଥିବା ପୁଅର ମୃତ ଶରୀରକୁ ଠାବ କରିଥିଲେ।

Leave A Reply

Your email address will not be published.