ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକରେ ଶୁକ୍ରବାର ସୁଦ୍ଧା ବାହାର ରାଜ୍ୟ ଓ ଦେଶରୁ ବୁଗୁଡା ବ୍ଲକକୁ ଫେରିଥିବା ୧୦୪୩ ଜଣ ପଞ୍ଜୀକୃତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କାଶ ହେଉଥିବା ଯୋଗୁଁ ଆସନ୍ତା କାଲି ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଯିବ ବୋଲି ନୋଡାଲ ଅଫିସର ତଥା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି।ବାହାର ଦେଶରୁ ଫେରିଥିବା ଅରଖପୁର ଓ ଗୋଲିଆ ପଞ୍ଚାୟତରୁ ଜଣେ ଲେଖାଏଁ ମୋଟା ୨ ଜଣ ଜିଲ୍ଲା ପ୍ରଶାସନ ଦ୍ୱାରା ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ପରୀକ୍ଷା ହୋଇ ଆସିଥିଲେ ମଧ୍ୟ ଆଜିସୁଧା ସେ ଦୁହିଁଙ୍କ ନିକଟରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଇନାହିଁ।ଅନ୍ୟ ରାଜ୍ୟରୁ ଆସିଥିବା ୧୦୪୧ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେକଖାଯାଇନାହିଁ। ଯେଉଁ ଜଣେ ବ୍ୟକ୍ତିଙ୍କୁ କାଶ ହେଉଛି ସେ ପୂର୍ବରୁ ଟିବି ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ଆସନ୍ତା କାଲି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଯିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି।ସେହିପରି ୨୧ ଟି ପଞ୍ଚାୟତ ମଧ୍ୟରୁ ୧୪ ଟି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶଯ୍ୟା ଯୋଗାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ୭ ଟି ପଞ୍ଚାୟତକୁ ଅତି ଶିଘ୍ର ଶଯ୍ୟା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ପ୍ରାୟ ୭୫ ପ୍ରତିଶତ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଘରେ ସଙ୍ଗରୋଧରେ ରହିବା ପାଇଁ ଓ ଜନସାଧାରଣଙ୍କ ସଚେତନତା ପାଇଁ ବିଜ୍ଞାପନ ଲଗାଯାଇଥିବା ଜଣାପଡିଛି। ଗ୍ରାମାଞ୍ଚଳରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସଚେତନ ଯୁବ ସମାଜ ପକ୍ଷରୁ ଜନସାଧାରଣ ଘରୁ ନବହାରିବା ପାଇଁ ଓ ଗ୍ରାମ ମଧ୍ୟକୁ ଅନ୍ୟ ମାନଙ୍କ ପ୍ରବେଶ ଉପରେ କଟକଣା ପାଇଁ ଏବଂ ବାରମ୍ବାର ହାତ ସଫା କରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ବେଳେ ଦୂରତା ବଜାୟ ରଖିବାକୁ ସଚେତନତା କରୁଥିବା ଦେଖାଦେଇଛି। ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନ ବାରମ୍ବାର ଗ୍ରାମାଞ୍ଚଳରେ ପହଁଞ୍ଚି ସମୀକ୍ଷା କରୁଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.