ବୁଗୁଡା ଏନଏସି : ରାଜ୍ୟ ବାହାରୁ ଆସିଥିବା ୧୦୪ ଜଣ ପଞ୍ଜୀକୃତ, ଘରକୁ ଗଲା ପନିପରିବା

0 2

ବୁଗୁଡ଼ା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଏନଏସିରେ ରାଜ୍ୟ ବାହାରୁ ଆସିଥିବା ୧୦୪ ଜଣଙ୍କ ପଞ୍ଜୀକୃତ ହୋଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତି ୱାର୍ଡରେ ଘରକୁ ଘର ଯାଇ ପନିପରିବା ଯୋଗାଇ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ବୁଗୁଡା ଏନଏସିକୁ ଆସିଥିବା ୧୦୪ ଜଣଙ୍କ ମଧ୍ୟରୁ ୩ ଜଣ ବାହାର ଦେଶ ଦୁବାଇ ପ୍ରଭୃତିରୁ ଆସିଥିବା ବେଳେ  ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪ ଦିନ ସଙ୍ଗରୋଧରେ କେନ୍ଦ୍ରରେ ରହି ଫେରିଛନ୍ତି। ଅନ୍ୟ ୧୦୧ ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ସଙ୍ଗରୋଧରେ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଲକ୍ଷଣ ଦେଖାଯାଇ ନାହିଁ। ରାଜ୍ୟରେ ୩ୟ ପଜିଟିଭ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ପ୍ରଶାସନ ସଂକ୍ରମଣର ୩ୟ ସ୍ତର ପାଇଁ ସଜାଗ ହୋଇଗଲାଣି। ବୁଗୁଡା ଏନଏସି ପକ୍ଷରୁ ବାସନ୍ତୀ କଲ୍ୟାଣି ମଣ୍ଡପରେ  ଆଠ ଗୋଟି ସଙ୍ଗରୋଧ ଶଯ୍ୟା ପସ୍ତୁତ କରିସାରିଥିବା  ବେଳେ ବିରଞ୍ଚୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଉ କେତୋଟି ଶଯ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନଏସି  ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣ ଅତି ଜରୁରୀ ନଥିଲେ ଘରୁ ନବାହାରିବାକୁ ସଚେତନ କରୁଥିବା ଜଣାପଡିଛି। ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବାକୁ ବୁଦ୍ଧିଜୀବୀ ମାନେ ମଧ୍ୟ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

 

Leave A Reply

Your email address will not be published.