ସମ୍ବଲପୁର ରେଳ ଡ଼ିଭିଜନର ବିଚିତ୍ର ନୀତି, ଲକ ଡାଉନକୁ ଫୁ 

0 2

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ସାରା ବିଶ୍ୱ କରନା ମହାମାରୀ ପ୍ରଭାବରେ ଆତଙ୍କିତ, ଭୟଭୀତ ଥିବା ବେଳେ ପୂର୍ବତଟ ରେଳ ପଥ ସମ୍ବଲପୁର ରେଳ ଡ଼ିଭିଜନର ବିଚିତ୍ର ନୀତି ଆଜି ପଦାକୁ ଆସିଛି l ସରକାର ବର୍ତମାନ ଜରୁରୀ ନ ଥିବା  ସମସ୍ତ ଠିକା  କାମ ବନ୍ଦ କରିଥିବା ବେଳେ ସମ୍ବଲପୁର  ରେଳ ବିଭାଗ ଟ୍ରାକ ମରାମତି ନାମରେ  ଅନ୍ୟାନ୍ୟ କାମରେ ମାତିଛି l ତାହା ପୁଣି ୨0  ଜଣ ରୁ ଉର୍ଦ୍ଧ ଲେବର ଲଗାଇ  ଠିକାଦାର କୌଣସି ସାମାଜିକ ଦୂରତ୍ୱ ନ ରଖି ଦିନ ବେଳେ କାମ କରୁଛନ୍ତି l ଏଭଳି ଦୃଶ୍ୟ ଆଜି ସମ୍ବଲପୁର ରେଳ ଷ୍ଟେସନ ନିକଟସ୍ଥ କ୍ଷେତରାଜପୁର ଲେବେଲ କ୍ରସିଂ ଠାରେ ଦେଖିବାକୁ ମିଳିଥିଲା l   ଏ ସମ୍ପର୍କରେ ସୂଚନା ପାଇ  ଘଟଣା ସ୍ଥଳରେ କ୍ଷେତରାଜପୁର ଥାନାଧିକାରୀ ମମତା ନାୟକ ପହଂଚି  ଠିକାଦାର କୁ ତାଗିଦ  କରିଥିଲେ l ସୂଚନା ପାଇ ରେଳ ସୁରକ୍ଷା ବଳ ଅଫିସର ସୁଶୀଲ ପାଠକ ଘଟଣା ସ୍ଥଳରେ ପହଂଚି ଥିଲେ l ଘଟଣା ବିଷୟରେ ପ୍ରତିକ୍ରିୟା ମାଗିବାରୁ ଶ୍ରୀ ପାଠକ ପ୍ରତିକ୍ରିୟା ଦେବାକୁ ମନାକରିବା ସହ ଡ଼ିଆରଏମ  ଙ୍କୁ ପଚାରନ୍ତୁ ବୋଲି ପ୍ରକାଶ କରି ଆଡେ଼ଇ ଯାଇଥିଲେ l  ଘଟଣା ସ୍ଥଳକୁ ରାଜ୍ୟ ସରକାର ଙ୍କ କରୋନା  ମୁକାବିଲା ମାଜିଷ୍ଟ୍ରେଟ  ଦାୟିତ୍ୱରେ ଥିବା ଜ୍ୟୋତିର୍ମୟୀ ମଲ୍ଲିକ ପହଂଚି କେନ୍ଦ୍ର ସରକାର  ରେଳ ବିଭାଗ ଅଧୀନରେ ଏହା  ଥିବାରୁ ରେଳ ବିଭାଗ ଅଧିକାରୀଙ୍କୁ ଆମେ ସୂଚନା ଦେଇଛୁ ଏବଂ ସେମାନେ ଏହାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପ୍ରକାଶ କରିଥିଲେ l  

          ତେବେ, ରେଳ ବିଭାଗ ଅଧିକାରୀ ମାନଙ୍କ ଏଭଳି ଖାମଖିଲି ମନୋଭାବ ଘଟଣାର  ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି l

Leave A Reply

Your email address will not be published.