ୟାକୁ ହିଁ କହନ୍ତି ସଚେତନତା ଆଉ ସାମାଜିକ ଦାୟିତ୍ୱବୋଧ 

0 2

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍(ରମାକାନ୍ତ ବିଶ୍ବାଳ ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମ୍ବଲପୁର ସହର ଉପଖଣ୍ଡ  ବୈଦାର ନୂଆପାଲି  ଗ୍ରାମରେ ମନକୁ ଖୁସି କଲାଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ଗ୍ରାମର ଯୁବକ ସଂଘ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ସହିତ ଆଶା କର୍ମୀ ମିଶି  ଗାଁ ଭିତରକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରିଛନ୍ତି l ଲୋକମାନେ ବୈଦାର ନୂଆପାଲି  ଗାଁର ପ୍ରବେଶ ପଥକୁ ବାଉଁଶ ଖୁଣ୍ଟ ବାନ୍ଧି ବନ୍ଦ କରିଦେବା ସହ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି l  କୌଣସି ବାହାର ଲୋକ ଗାଁ ଭିତରକୁ ପ୍ରବେଶ କରିବେ ନାହିଁ ବୋଲି  ଏଥ‌ିରେ ଉଲ୍ଲେଖ କରାଯାଇଛି। ନିହାତି ଆବଶ୍ୟକ ପଡ଼ିଲେ ମୁହଁରେ ମାସ୍କ  ପିନ୍ଧି ବାହାରକୁ ଯିବାକୁ ଗାଁ ଲୋକଙ୍କୁ କୁହାଯାଇଛି l ସେହିପରି ଗାଁ ଭିତରକୁ ପଶିଲେ ଗାଁ ମୁଣ୍ଡରେ ହାତ ଧୋଇ ଯିବାକୁ ପଡ଼ୁଛି l  ଗ୍ରାମବାସୀଙ୍କ ଏଭଳି କରୋନା ସତର୍କତାମୂଳକ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l

Leave A Reply

Your email address will not be published.