ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିଜ ତିନି ମାସର ଦରମା ସିଏମ ରିଲିଫ ଫଣ୍ଡକୁ ଦାନ କରିବା ସହ ଲୋକମାନଙ୍କଠାରୁ ସହାୟତା ପାଇଁ ନିବେଦନ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମର ବିଭିନ୍ନ ମହଲରୁ ସହାୟତା ଆସିବା ଆରମ୍ଭ ହୋଇଥିବା ବେଳେ ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି | ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା କରୋନା ବିରୋଧୀ ଲଢେଇରେ ସାମିଲ ହେବା ସହ କରୋନା ପ୍ରପୀଡିତଙ୍କ ସହାୟତା ପାଇଁ ଅଧିକରୁ ଅଧିକ ସହୃଦୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଆଗେଇ ଆସିବା ପାଇଁ ଶ୍ରୀମତୀ ଦାସ ଅନୁରୋଧ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post