କରୋନା ପିଡୀତଙ୍କ ପାଇଁ ବବି ଖୋଲିଦେଲେ ହାତ 

0 2

କରୋନା ମୁକାବିଲା ପାଇଁ ଗୋଟିଏ ବର୍ଷର ହାତ ପାଣ୍ଠି ଖର୍ଚ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଦେଲେ ସ୍ଵ-ଅଧିକାର 

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ମହା ସଂଗ୍ରାମରେ ସାମିଲ ହୋଇ ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗତକାଲି ନିଜ ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ଆଜି ନିଜ ଖୋଲି ଦେଇଛନ୍ତି ହାତ ପାଣ୍ଠି | ତାଙ୍କ ବିଧାୟକ  ହାତ ପାଣ୍ଠିର ଗୋଟିଏ ବର୍ଷର ଅଂଶଧନ କରୋନା ମୁକାବିଲା ବାବଦରେ ଖର୍ଚ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  ! ବର୍ଷ 2020/21ର ସମ୍ପୂର୍ଣ୍ଣ MLA-LAD ରାଶିକୁ ଜିଲ୍ଲାରେ କୋରୋନା ଭାଇରସ ସତର୍କତା ଏବଂ ପ୍ରତିରୋଧ ପାଇଁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଆଜି ପତ୍ର ଲେଖିଛନ୍ତି | ଏହି ଅର୍ଥରେ ବର୍ତ୍ତମାନ କରୋନା ମୁକାବିଲା ପାଇଁ ନିର୍ମିତ ହେଉଥବା ସଙ୍ଗରୋଧ କେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ସଚେତନତା ଓ ପ୍ରସ୍ତୁତି ଆଦିରେ ଖର୍ଚ କରିବା ପାଇଁ ତାଙ୍କ ପାତ୍ରରେ ଉଲ୍ଲେଖ କରିଛନ୍ତି | ଆଉ ଏ ଅର୍ଥ ପ୍ରାଥମିକତା ଭିତ୍ତିରେ କରୋନା ମୁକାବିଲାରେ ଖର୍ଚ କରିବା ଜିଲ୍ଲାପାଳଙ୍କୁ ଏହି ପତ୍ର ମାଧ୍ୟମରେ ସ୍ୱ ଅଧିକାର ଦେଇଛନ୍ତି  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) | 

Leave A Reply

Your email address will not be published.