ରାୟଗଡା/Saroj Sahu : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଶହୀଦ ସଞ୍ଜୟଙ୍କୁ ରାୟଗଡାରେ ଦିଆଯାଇଛି ଶୋକାପ୍ଲୁତ ଅନ୍ତିମ ଶ୍ରଦ୍ଧାଞ୍ଜଳି । ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଡାକ୍ତରଖାନାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇବା ପରେ ପୋଲିସ ରିଜର୍ଭ ପଡିଆଠାରେ ସର୍ବସାଧାରଣ ଦର୍ଶନାର୍ଥେ ରଖାଯାଇଥିଲା । ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଏସପି ରାହୁଲ ପିଆର . ସିଆରପିଏଫ କମାଣ୍ଡାଣ୍ଟଙ୍କ ସମେତ ବହୁ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ସଞ୍ଜୟଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶହୀଦଙ୍କ ନିଜଗ୍ରାମ ଆମ୍ବାଦଳାକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।
ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାହାଡ ଅଞ୍ଚଳର ସକାଟା ନିକଟରେ ଏକ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ଡିଭିଏଫ ଜବାନଙ୍କ ପ୍ରାଣହାନୀ ଘଟିଛି । ନିୟମଗିରି ପାହାଡକୁ କୁ୍ମ୍ବିଂ ଅପରେସନ ପାଇଁ ଏଗ ଡିଭିଏଫ ଟିମ୍ ଯାଇଥିଲା । କୁମ୍ବିଂ ଅପରେସନ ସାରି ସନ୍ଧ୍ୟାରେ ଫେରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନରେ ବିସ୍ଫୋରଣ ହୋଇଥିଲା । ଉକ୍ତ ବିସ୍ଫୋରଣରେ ସଞ୍ଜୟ ମାଝି ନାମକ ଜଣେ ଡିଭିଏଫ ଜବାନ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱୀକାର କରିଥିଲେ ରାୟଗଡା ଏସପି ରାହୁଲ ପିଆର ।

