ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦ

0

ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦ

ବଲାଙ୍ଗିର/Niroj Mishra: ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦରେ ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ କରାଯାଇଛି।ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରୁଛନ୍ତି ରୁଦ୍ର ନାରାୟଣ ସେନା। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।ସେହିପରି ଭାରତ ବନ୍ଦ ଡାକରା ଦୃଷ୍ଟିରୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆଡଭାଇଜରୀ ଜାରି କରାଯାଇଛି। ସମ୍ଭାବ୍ୟ ହିଂସାକାଣ୍ଡ ରୋକିବା ପାଇଁ ଆଗୁଆ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍ ୨ରେ ହୋଇଥିବା ଭାରତ ବନ୍ଦ ପ୍ରତିବାଦରେ କିଛି ସଂଗଠନ ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ବନ୍ଦ ଡାକରା ଦିଆଯାଇଛି।

Leave A Reply

Your email address will not be published.