ସରକାରଙ୍କ ସ୍ୱଚ୍ଛତା ପୁଟରେ ଘଳିଆ,  ମୂଳରୁ ମାଈପ ନାହିଁ ପୁଅ ନା ଗୋପାଳିଆ !

0

କିଏ ସେଇ ଅଜାତି ଶରଣ, ଯିଏ ସରକାରଙ୍କ ପାଇଁ ଚିନ୍ତାର କାରଣ 

08-04-18-ajaatiw.jpg - 84.68 kB

(କେନ୍ଦ୍ର ସରକାର ନୀତି ପ୍ରଣୟନ କରିବା ପାଇଁ ଗଢ଼ିଛନ୍ତି କମିଟି, ଏହି ଚିଠିଟି ସେ ସମ୍ପର୍କିତ )

ଭୁବନେଶ୍ୱର/Gyaneswar : ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶାସନ କଥା କହୁଛନ୍ତି, ଦୁର୍ନୀତି କରୁଥିବା ଲୋକଙ୍କୁ ସାବାଡ କରୁଥିବା କହୁଛନ୍ତି | ହେଲେ ସରକାରଙ୍କ ମୁହଁରେ କଳଙ୍କ ବୋଳିବା ପାଇଁ କିଛି ଅଧିକାରି ଯେ ପଛଘୁଞ୍ଚା ଦେଉନାହାନ୍ତି | ଆଉ ସେଇଟା ପୁଣି ରାଜ୍ୟ ସରକାରଙ୍କ ମୁହଁ ବୋଲି କୁହାଯାଉଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ | ଜଣେ କିଏ  ଶରଣ ନାମକ ଅଜାତି ବା ଗୋଠ ଖଣ୍ଡିଆ ସାମ୍ବାଦିକ ଥାର୍ଡ଼ ଫ୍ଲୋରରୁ ଜଣେ ମାଡାମଙ୍କ ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପରେ ଚାପ ପକାଇ ଏବେ ଲକ୍ଷ ଲକ୍ଷ ଟଙ୍କା ମାରି ନେବାକୁ ବସିଛନ୍ତି | ଆଉ ବହିନି କରିଛନ୍ତି ସାଢେ ୬ଲକ୍ଷ ଟଙ୍କାର ବିଲରୁ `ମୂଳରୁ ମାଈପ ନାଇଁ ପୁଅ ନା ଗୋପାଳିଆ ରୀତିରେ | 

ଧନ୍ୟବାଦ ଦେବା ରାଜ୍ୟ ସରକାରଙ୍କୁ ଅତ୍ୟନ୍ତ ତରବରିଆ ଭାବେ ବି ହେଉ ଆଜିକାଲିର ୱେବ ମେଡିଆ ଜମାନାରେ ନ୍ୟୁଜ ପୋର୍ଟାଲ ଆଉ ୱେବସାଇଟ ପାଇଁ ଏକ ବିଜ୍ଞାପନ ନିୟମ କଲେ | ହେଲେ ଏ ନିୟମ ପ୍ରସ୍ତୁତିରେ ବି ଅନିୟମିତା ର ଗନ୍ଧ ବାରି ହୋଇ ପଡୁଥିଲା | ଲାଗୁଥିଲା , ନିର୍ଦ୍ଦିଷ୍ଟ ଗୋଟିଏ ଦୁଇଟି ଅବା ବେଶୀ ହେଲେ ତିନୋଟି ନ୍ୟୁଜ ପୋର୍ଟାଲକୁ ଆଖିରେ ରଖି ସରକାର ଏଇ ଅସନ୍ତୋଷ ଆଉ ସନ୍ଦେହ ସୃଷ୍ଟି ହୋଇଥିଲା | ହେଲେ ଏହା ବଦ୍ଧମୂଳ ହୋଇଗଲା, ସେଟ ଅଜାତି କରଣ ତାଙ୍କ ନ୍ୟୁଜ ପୋର୍ଟାଲ ପାଇଁ ବେନିୟମ ଭାବେ ଉପସ୍ଥାପିତ କରିଥିବା  ବିଲକୁ ନେଇ | ପ୍ରଚଳିତ ବ୍ୟବସ୍ଥାରେ ସେ ସରକାରୀ ହେଉ କି ବେସରକାରୀ, ବିଜ୍ଞାପନ ଛାପିବା ବା ପ୍ରସାରଣ କରିବା ପୂର୍ବରୁ ଗୋଟାଏ ରିଲିଜ ଅର୍ଡର ଦିଆଯାଏ | ସରକାରୀ ରାଜସ୍ବ କାହାର ବୋପା ସମ୍ପତି ତା ନୁହଁ ଯେ ଯିଏ ଚାହିଁବ, ଯେତେବେଳେ ଚାହିଁବା ମୌଖିକ ଭାବେ ଦେଇ ଦେବ, ଅବା ମୌଖିକ ଭାବେ ପ୍ରସାରିତ କରିଦେବା | କିଛି ନୀତି ନିୟମରେ ବନ୍ଧା | ସରକାର ଆରଓ ବା ରିଲିଜ ଅର୍ଡର ଦେବେ, ତାପରେ ତୁମେ ନେଇ ତାକୁ ପ୍ରସାରିତ କରିବ | ହେଲେ ସରକାରଙ୍କ ନୂତନ ବିଜ୍ଞାପନ ନୀତି ପ୍ରସ୍ତୁତ ହୋଇନି କି କୌଣସି କାର୍ଯ୍ୟାଦେଶ ଦିଆଯାଇ ନାହିଁ, କିନ୍ତୁଏଇ କାଢ଼ୁଆ ସାମ୍ବାଦିକ କେମିତି  ସୂଚନା ଲୋକସମ୍ପର୍କ ବିଭାଗ ଆଗରେ ଦାଖଲ ହୋଇଛି ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍‍ ଦାଖଲ କଲେ ? ଆଉ କୋଉ ମୁହଁରେ ତାକୁ ସୂଚନା ଲୋକ ସମ୍ପର୍କ ବିଭାଗ ଗ୍ରହଣ କଲା ? ଆଉ ଜନତା ଅବା ଅଜାଣତରେ ଅବା ବାଧ୍ୟ ବାଧ୍ୟକତାରେ ବିଲ ରଖିଦେଲେ, ହେଲେ ସେଇ ବେଆଇନ ପେମେଂଟ କୁ ସମ୍ପୃକ୍ତ ଆଜାତି ସାମ୍ବାଦିକଙ୍କୁ ଦେବାପାଇଁ ତଳିଆ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଅଫିସର ଚାପ ପକାଉଛନ୍ତି କୋଉ ମୁହଁରେ ????

ଯୋଉ ମାଡାମ ଚାପ ପକାଉଛନ୍ତି, ସେ ଜାଣିବା ଦରକାର ଯେ ସରକାରୀ ନୀତି ନିୟମ ବୋଲି କିଛି ଅଛି | ଓଡ଼ିଶାରେ ସେଇ ଗୋଟିଏ ପୋର୍ଟାଲ ବା ୱେବସାଇଟ ନାହିଁ, ଓଡ଼ିଶାର ବହୁ ପ୍ରବୀଣ ସାମ୍ବାଦିକ ସମ୍ପ୍ରତି ଅତି ଉନ୍ନତ ଢଙ୍ଗରେ ନିଜର ନିଷ୍ଠା ବଳରେ ସେମାନଙ୍କ ୱେବସାଇଟ ଅବା ନ୍ୟୁଜ ପୋର୍ଟାଲ ଚଳାଉଛନ୍ତି | ହେଲେ ସରକାରଙ୍କ ନିୟମ ସମସ୍ତଙ୍କୁ ସୁହାଇବା ଭଳି ହେବ ଉଚିତ | ହେଲେ ନିୟମ କଲାବେଳେ ସେଇ ଅଜାତି ସାମ୍ବାଦିକଙ୍କୁ ଦୃଷ୍ଟିରେ ରଖି କରାଯିବ, ଯେମିତି ସର୍ବାଧିକ ଫାଇଦା ସିଏ ପାଇବେ | ଆଉ ଯୋଜନାବଦ୍ଧ ଭାବେ ପଇସା ଲୁଟିବା ପାଇଁ ଯେ ଏହି ନିୟମ ପ୍ରଣୀତ ହୋଇଥିଲା ତାହା ପ୍ରମାଣିତ ହୋଇଗଲା ସେହି ସାମ୍ବାଦିକଙ୍କ ମନ୍ଦ ଉଦ୍ଦେଶ୍ୟରୁ | ଜଣେ ମାଡାମଙ୍କ ମାଧ୍ୟମରେ ଥାର୍ଡ଼ ଫ୍ଲୋର ଚାପ ପକାଇ ସେ ବେନୀୟମ ଭାବେ ସାଢେ ଛଅ ଲକ୍ଷ ତାଙ୍କର ବିଲ ପାସ କରାଇ ନେବା ପାଇଁ ସଂପ୍ରତି ଜୋରଦାର ଉଦ୍ୟମ ତଥା ବିଚରା ସୂଚନା ଲୋକ ସମ୍ପର୍କ ବିଭାଗ ଉପରେ ଚାପ ପକାଇ ଚାଲିଛନ୍ତି | ହେଲେ ଏଭଳି ବେବୀୟମା କାମକୁ କେମିତି ନିୟମ ଭିତରେ ପକାଇବେ ତାକୁ ନେଇ ସୂଚନା ଲୋକ ସମ୍ପର୍କ ବିଭାଗର କିଛି ଅଧିକାରୀ ଓ କର୍ମଚାରୀଙ୍କ ରାତି ନିଦ ଆସୁନି ଟେନସନ ରେ | କାରଣ ସେ କରଣ ବାବୁଙ୍କ ପାଇଁ ଜଣେ ମାଡାମ ଜୋରଦାର ପ୍ରେସର ପକାଉଛନ୍ତି, ସତେ ଯେମିତି କରଣ ବାବୁ ସରକାରଙ୍କ “ଗେର ମୁଣ୍ଡି ସାଆନ୍ତ” | 

ସେ ଅଜାତି ସାମ୍ବାଦିକଙ୍କ ମନ୍ଦ ଉଦ୍ଦେଶ୍ୟ ଦେଖନ୍ତୁ…..ଆମେ ମନେ ପକାଇ ଦେବୁ ଯେ ସରକାର ୱେବ ପୋର୍ଟାଲ, ୱେବସାଇଟ ପାଇଁ ବିଜ୍ଞାପନ ନିୟମ କରିବା ପାଇଁ ନିଷ୍ପତ୍ତି ନେଲେ | ଯାହାବି ହେଉ, ସରକାର ଭୁଲ ହେଉ ଠିକ ହେଉ , ସରକାର ଗୋଟେ ନୀତି କଲେ | ହେଲେ ବିଜ୍ଞାପନ ନୀତିର ବିଜ୍ଞପ୍ତି ପ୍ରକାଶ ନପାଉଣୁ ସମ୍ପୃକ୍ତ ସାମ୍ବାଦିକ ନିଜ ୱେବ୍‍ପୋର୍ଟାଲ୍‍ରେ ସରକାରୀ ବିଜ୍ଞାପନ ପ୍ରକାଶ କରିଛନ୍ତି ବୋଲି ଦର୍ଶାଇ ବିଲ୍‍ ଉପସ୍ଥାପନ କରିଛନ୍ତି । ଆହେ ବାବୁ ସରକାରଙ୍କ ନୀତି  ନିୟମ ବିଜ୍ଞପ୍ତି ପ୍ରକାଶ ପାଇନି, ତମକୁ ବିଜ୍ଞାପନ  ଦେଲା କିଏ ?  ସରକାରଙ୍କ ରାଜସ୍ବ କାହା ବୋପା ସମ୍ପତ୍ତି ନୁହେ, ଯେ ବିଜ୍ଞପ୍ତି ପ୍ରକାଶ ପାଇବା ବା ବିଜ୍ଞାପନ ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିବା ପୂର୍ବରୁ ବିଜ୍ଞାପନ ନେଇ ଛାପିଦେଲେ | ବେନିୟମ ଭାବେ କାଢିଲ କାଢିଲ, ଅତ୍ୟନ୍ତ ବେଲଜ୍ଜ୍ୟା ଭାବେ କାର୍ଯ୍ୟାଦେଶ ପାଇବାର ବହୁ ଆଗରୁବିଜ୍ଞାପନ ଛାପିଥିଲା ବୋଲି ବିଲ୍ଲ ଅତ୍ୟନ୍ତ ବେଲଜ୍ଜ ଭାବେ  ୬ ଲକ୍ଷ ୩୬ ହଜାରରୁ  ଅଧିକ | ଆଉ ଥାର୍ଡ଼ ଫ୍ଲୋର ଏତେ ଚାପ  ଅଯୋଗ୍ୟ ଅର୍ଥବିଲ୍‍କୁ ଅନୁମୋଦନ ଦେବାକୁ ଆଂଠେଇଛି ପଡିଛି ଲୋକସମ୍ପର୍କ ବିଭାଗ ।  ବିଜ୍ଞାପନ ଆଦେଶ ନମିଳିଥିଲେ ମଧ୍ୟ ସମ୍ପୃକ୍ତ ସାମ୍ବାଦିକ ତାଙ୍କ ୱେବ୍‍ସାଇଟ୍‍ରେ ସରକାରୀ ବିଜ୍ଞାପନ ନିଜ ଇଚ୍ଛା ଅନୁସାରେ କାହିଁକି ଲଗାଇଥିଲେ । ଉତ୍କଳ ଦିବସ, କଳାହାଣ୍ଡି ମେଡିକାଲ୍‍ କଲେଜ ଚୁକ୍ତି, ମୁଖ୍ୟମନ୍ତ୍ରୀଙ୍କ ପୋଲ ଉଦଘାଟନ ବିଜ୍ଞାପନ ଆରଓ କିଏ ସେ ସାମ୍ବାଦିକକୁ ଦେଲା  । ଯେଉଁଦିନ ତାଙ୍କରି ୱେବ୍‍ସାଇଟ୍‍ ବିଜ୍ଞାପନ ପାଇଁ ଯୋଗ୍ୟ ବୋଲି ବିଜ୍ଞପ୍ତି ପ୍ରକାଶ ହେଲା ତା’ ପରଦିନ ସେ ପୂର୍ବ ୭ ଦିନର ବିଲ୍‍ ଦାଖଲ କରିଛନ୍ତି । ପାଠକେ ଆଉ ମୁଖ୍ୟମନ୍ତ୍ରୀ ବିବେଚନା କରନ୍ତୁ କେମିତି ବେନିୟମ କାମ କରିବା ପାଇଁ ତୃତୀୟ ମହଲର ଜଣେ ଅଧିକାରିଣୀ ଚାପ ପକାଉ ଛନ୍ତୁ !!!!!!

ପ୍ରଚଳିତ ନୀତି ଅନୁସାରେ କୌଣସି ଖବରକାଗଜ, ଟିଭି, ରେଡିଓ ବା ମ୍ୟାଗାଜିନ୍‍କୁ ସରକାର ବିଜ୍ଞାପନ ଦେବାକୁ ହେଲେ ତାଲିକାଭୁକ୍ତ ସଂସ୍ଥାକୁ ଏକ କାର୍ଯ୍ୟ ଆଦେଶ ଦେଇଥାଆନ୍ତି । ଏହିକାର୍ଯ୍ୟ ଏବେ ଏବେ ଅନ୍‍ଲାଇନ୍‍ ମଧ୍ୟ କରାଯାଉଛି । ଭାରତ ସରକାରଙ୍କ ନିୟମକୁ ପାଥେୟ କରି ଏହି ଅନ୍‍ଲାଇନ୍‍ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହିକ୍ରମରେ ରାଜ୍ୟ ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ୱେବ୍‍ନୀତି ଅନୁସାରେ ମଧ୍ୟ ବିଜ୍ଞାପନ ଆଦେଶ ଦେଇପାରିବେ । ହେଲେ ଏନେଇ ବିଜ୍ଞପ୍ତ ପ୍ରକାଶ ପାଇ ନଥିବାରେୁ ତାହାକୁ ଅପେକ୍ଷା କରାଯାଇଥିଲା । ସୋମବାରଦିନ ଏହି ବିଜ୍ଞପ୍ତି ପ୍ରକାଶ ପରେ ସରକାରୀ କ୍ଷେତ୍ରରେ ୱେବ୍‍ସାଇଟ୍‍ରେ କିପରି ବିଜ୍ଞପ୍ତି ପ୍ରକାଶ ପାଇବ ସେଥିପାଇଁ ଚିନ୍ତାରେ ପଡ଼ିଥିବା ବିଭାଗ ପାଖରେ ଏକ ନିର୍ଦ୍ଦିଷ୍ଟ ୱେବ୍‍ସାଇଟ୍‍ର ଟଙ୍କା ଦାବି କୌତୁହଳ ସୃଷ୍ଟି କରିଛି । ହେଲେ ସ୍ୱତଃ ପ୍ରଶ୍ନ ଉଠୁଛି ବିଭାଗ ଏହିଭଳି ଏକ ବେଆଇନ ବିଲ୍‍ ଦାଖଲକୁ ଅନୁମତି କିପରି ଦେଉଛି? ଏହାଦ୍ୱାରା ସରକାରୀ ଅର୍ଥ, ମାନବବଳର ଅପବ୍ୟୟ ହେଉନାହିଁ କି ? ଯେଉଁ ଅଧିକାରୀ ଏହାକୁ ଗ୍ରହଣ କରୁଛନ୍ତି ତାଙ୍କ ନିହିତ ଉଦ୍ଦେଶ୍ୟ କଣ ? ସମ୍ପୃକ୍ତ ଅଜାତି କରଣଙ୍କ ସହ ତାଙ୍କର ସମ୍ପର୍କ କହିଁନିକି ଏତେ ନିବିଡ ଯେ , ସରକାରୀ ନୀତି ନିୟମର ଧର୍ଷଣ କରି ଶରଣଙ୍କ ବେନିୟମ ବିଲ୍ଲକୁ କରାଉଛି | ମନ୍ତ୍ରୀ ତ ଏ ପ୍ରସଙ୍ଗରେ ସ୍ୱଚ୍ଛ, ସଚିବ ଜଣେ ରାଶନାଲ ବ୍ୟକ୍ତି | ନିର୍ଦେଶକ ବି କାଦୁଅ କୁ ଯିବା ଲୋକ ନୁହଁ | ହେଲେ ତାଙ୍କ ଲେବେଲ ରେ ଫାଇଲେ ମୁଭ ହେଉଛି କେମିତି ? ମନ୍ତ୍ରୀ ସଚିବ ଆଉ ନିର୍ଦ୍ଦେଶକଙ୍କ ଉପରେ  କିଏ ଯେ ଯାହା ଚାପରେ ସୂଚନାଲୋକ ସମ୍ପର୍କ ବିଭାଗ ଅସହାୟ ହୋଇ ପଡିଛି ? ଅଜାତି ଶରଣ କି ଗଦ ଶୁଙ୍ଘାଇଛନ୍ତି ଯେ ସେ ତୃତୀୟ ମହଲାର ଜଣେ ନବାଗତ ଅଧିକାରୀ ଏତେ  ଭଳି ଯାଇଛନ୍ତି ଆଉ ତାଙ୍କ ବେଆଇନ ବିଲ କୁ ରେଗୁଲାରଇଜ କରି ସାଢେ ୬ ଲକ୍ଷ ଟଙ୍କା ପେମେଂଟ କରିବା ପାଇଁ ସୂଚନା ଲୋକ ସମ୍ପର୍କ ବିଭାଗ ଉପରେ ସବୁଦିନେ ଚାପ ପକାଇଛନ୍ତି | 

ବର୍ତ୍ତମାନ ୱେବ ମେଡିଆକୁ ନିୟନ୍ତ୍ରିତ କରି ନିଜ  ଧାରାରେ ରଖିବା ସକାଶେ ବର୍ତ୍ତମାନ ସ୍ୱତନ୍ତ୍ର କମିଟି ଗଠନ କରି ନୀତି ପ୍ରଣୟନ କରୁଥିବା ବେଳେ ନିଜ ସ୍ୱାର୍ଥ ସାଧନ ପାଇଁ ସାମ୍ବାଦିକ ଜାତି ଦ୍ରୋହୀ ପାଲଟି ଥିବା ଅଜାତି ଶରଣଙ୍କ ଭଳି କିଛି କିଛି ଗୋଠ ଖଣ୍ଡିଆଙ୍କ କଥାରେ ତରବରିଆ ପୋର୍ଟାଲ ବିଜ୍ଞାପନ ନୀତି ପ୍ରଣୟନ କରି ସେଭଳି କିଛି ଲୋକଙ୍କ ସ୍ୱାର୍ଥ ସାଧନା ପାଇଁ ବାଟ ଉନ୍ମୁକ୍ତ କରି ଦେଇଛନ୍ତି | ଯଦି ଏଇଆ ଜାରି ରହେ, ତେବେ କିଛି ଅସାଧୁ ଅଧିକାରୀ ଓ ଦଲାଲ ସାମ୍ବାଦିକଙ୍କ କୁକର୍ମ ପାଇଁ ସରକାରଙ୍କୁ ନିକଟ ଭବିଷ୍ୟତରେ ବହୁମୂଲ୍ୟ ଦେବାକୁ ପଡିବ, ଏହା ନିଃସନ୍ଦେହ | ତେଣୁ ସରକାରଙ୍କୁ ଆଉ ସୂଚନା ଲୋକ ସମ୍ପର୍କ ବିଭାଗକୁ ଅନୁରୋଧ, ଏକଥାକୁ ଦେହକୁ ନନେଇ ବେଳ ଥାଉ ବନ୍ଧ  ବାନ୍ଧନ୍ତୁ, ନହେଲେ ହେୟ ମାନେ କରାଯାଉଥିବା ଛୋଟ  ଛୋଟ ଘଳିଆ ବିରାଟ ଫାଟ ସୃଷ୍ଟି କରି ବନ୍ଧକୁ ଭସେଇ  ନବ ତାହା କହିହେବନି |

 

 
Leave A Reply

Your email address will not be published.