ବିଜେଡି ବିଜେପି ପ୍ରୀତି କୁହେଲି : “ ବାହାରେ କଳି ଓ ଭିତରେ କୋଳାକୋଳି”

0

 ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର-ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ  ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟାହାର ଦାବିରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ବିଶାଳ ର୍ୟାଲି ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ରାଜଭବନ ଛକ ପେଟ୍ରୋଲ ଟାଙ୍କି ଏବଂ ଡେଲଟା ଛକ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଯାଇଥିଲା । ଡେଲଟା ଛକ ପେଟ୍ରୋଲ ଟାଙ୍କି ଠାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଁ ଦାୟୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କର ଫଟୋ ଟାଙ୍କିର ହଟାଇବା ପାଇଁ ଦାବି କରାଯାଇଥିଲା । ସେଠାରେ ବିକ୍ଷୋଭରତ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର  ଲୋକସଭା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର, ପ୍ରଦେଶ ଯୁବ କଂଗ୍ରେସ ସଂପାଦକ, ସେକ୍ ଅମିର ମହମ୍ମଦ, ସ୍ୱରୂପ ଦାସ, ଶାଗର ପଟ୍ଟନାୟକ, ପ୍ରଶାନ୍ତ ସାହୁ ଙ୍କୁ ପୋଲିସ ଗିରଫ କରିଛି । ଶ୍ରୀ ମହାରଥି କହିଥିଲେ ପେଟ୍ରୋଲ ଓ ଡିଜେଲ  ଉପରେ ଅତିରିକ୍ତ ଟିକସ୍ ଲଗାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଲୁଟୁଛନ୍ତି । ତୈଳଦର ହ୍ରାସପାଇଁ ମୋଦିକି ନବୀନ କାହାର ଆନ୍ତରିକତା ନାହିଁ । କେବଳ ସାଧାରଣ ଲୋକଙ୍କ ଆଗରେ ଭେଳିକି କରୁଛନ୍ତି ।  ଯୁବ କଂଗ୍ରେସ ଦାବି କରିଥିଲା ସବୁ ଟାଙ୍କିରୁ “ଦର ବୃଦ୍ଧିର ପ୍ରତୀକ ମୋଦି”ଙ୍କ ଫଟୋ ହଟାଇବା ପାଇଁ ।  ଲୋକଙ୍କୁ ହନ୍ତସନ୍ତ କରୁଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ କେଉଁ ନ୍ୟାୟରେ ତେଲ ଟାଙ୍କିରେ ପ୍ରଦର୍ଶିତ ହେବ । ଏହା କେବଳ ହିଟଲରୀ ଶାସନର ଅନୁକରଣ । ‘ଜନପ୍ରିୟ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରଦର୍ଶିତ ହୋଇପାରେ ମାତ୍ର ଜନ ଉତ୍ପୀଡ଼ନ କାର୍ଯ୍ୟରେ ଯୋରଜବରଦସ୍ତ ମୋଦିଙ୍କ ଫଟୋ ରଖିବାର ଅର୍ଥ କ’ଣ? ଉଭୟ ମୋଦି ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ଲୁଟେରା ବୋଲି ସାଧାରଣ ଜନତା ଅନୁଭବ କଲେଣି । 

ବିଜେପି ଶାସନ ଆରମ୍ଭ କାଳ  ୨୦୧୪ ମଇ ମାସଠାରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୧୨ଥର ବୃଦ୍ଧି କରାଯାଇଛି । ୨୦୧୪ ମେ’ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୩ ଡଲାରଥିଲା । ୨୦୧୫ ଜାନୁୟାରି ବେଳକୁ ଏହା ୫୦ ଡଲାର ଏବଂ ୨୦୧୬ ଜାନୁୟାରି ବେଳକୁ ଆନ୍ତର୍ଜାତିକ ବଜାରରେ ଏହା ୨୯ ଡଲାରକୁ ଖସି ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦରକୁ ସେହି ଅନୁପାତରେ କମାଇ ଦିଆଯାଇ ନଥିଲା । ୨୦୧୪ ମସିହାରେ ଅଶୋଧିତ ତେଲଦର ବ୍ୟାରେଲ ପିଛା ୧୧୩ ଡଲାର ଥିବାବେଳେ ପେଟ୍ରୋଲ ଲିଟର ୭୩ ଟଙ୍କା ଥିଲା । ଏହାପରେ ଅଶୋଧିତ ତେଲଦର ମୋଦି ସରକାର ଅମଳରେ ବ୍ୟାରେଲ ପିଛା ୫୦ ଡଲାର ଏପରିକି ୨୯ଡଲାର ହେଲାପରେ ବି ପେଟ୍ରୋଲ ଓ ଡିଜେଲଦରକୁ ସେହି ଅନୁପାତରେ କମାଯାଇନଥିଲା । ଏପଟେ ବିଜେଡ଼ି ସକରାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୨୬ ପ୍ରତିଶତ ଭାଟ ଲାଗୁକରି ନିଜକୁ ନିର୍ଦ୍ଦେଶ  ବୋଲି ସଫେଇ ଦେଇଛନ୍ତି । ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ଲିଟର ପିଛା ପେଟ୍ରୋଲ ଉତ୍ପାଦ  ଶୁକ୍ଳ ୧୧ଟଙ୍କା ୭୭ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ ଉତ୍ପାଦ  ଶୁଳ୍କ ୧୩ଟଙ୍କା ୪୭ ପଇସା ବୃଦ୍ଧି ହୋଇଛି । ସୁତରାଂ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉଭୟ ମୋଦି ଓ ନବୀନ ସରକାର ନିର୍ଦ୍ଧୟ ଭାବେ କରିଛନ୍ତି ।  ଉଭୟ ମୋଦି ଓ ନବୀନ ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଇଛୁକ ନୁହଁନ୍ତି । ସାଧାରଣ ଜନତାର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ଜିଏସଟି ପରିସରଭୁକ୍ତ କରିବାକୁ ଏହାକୁ ଦାବି କରୁଛି  ।  

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡ଼ି ଓ ବିଜେପି ସରକାର “ ବାହାରେ କଳି ଓ ଭିତରେ କୋଳାକୋଳି” ନୀତି ଆପଣାଇଛନ୍ତି ।  ବିଶେଷ କରି ତୈଳଦର ବୃଦ୍ଧିହେବା ଫଳରେ ଯାତ୍ରୀଭଡ଼ା ଏବଂ ସମସ୍ତ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ହେଉଛି । ପ୍ରଦେଶ ଯୁବ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ତଥା ପେଟ୍ରୋଲ ଟାଙ୍କିରୁ ମୋଦିଙ୍କ ଫଟୋ ହଟାଇବା ପାଇଁ ଦାବି କରୁଛି । ରାଜ୍ୟସାରା ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ କହିଛନ୍ତି । 

 

Leave A Reply

Your email address will not be published.