ମାଣିତରାରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ

0 1

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ, ମାଣିତରା ଗ୍ରାମରେ ” ମୋ ଗାଁରେ ତହସିଲ ” ଓ ” ମୋ ଆବେଦନ ” କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ବୁଗୁଡା ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାମ ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ ୬୯ ଜଣ ବ୍ୟକ୍ତିଙ୍କୁ ଘରବାରି ପଟ୍ଟା ଓ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। 

Leave A Reply

Your email address will not be published.