ପୋଲସରା ଏନଏସିରେ ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭୂମିପୂଜା

0 1

ପୋଲସରା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ସାହିର ପ୍ରକଳ୍ପ ଗୁଡିକୁ ଶୁକ୍ରବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ଭୂମି ପୂଜା କରିଥିବା ଜଣାପଡିଛି। ପୋଲସରା ଏନଏସିର ରାଣୀପଡ଼ା ବାଲିବନ୍ଧ ହୁଡା ଗୋଷ୍ଠୀ କେନ୍ଦ୍ର ଗୃହ, ୬ ନଂ ୱାର୍ଡ ହରିଜନ ସାହି ଗୋଷ୍ଠୀ କେନ୍ଦ୍ର ଗୃହ, ଓ ସିଦ୍ଧିପୁର ଗୋଷ୍ଠୀ କେନ୍ଦ୍ର ଗୃହ, ୩ ଟି ପ୍ରକଳ୍ପକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିବା ବେଳେ ସିଦ୍ଧିପୁର ଡ଼ାବୁରିଆ ରାସ୍ତାରେ ପଡୁଥିବା ନାଳ ଉପରେ ସେତୁ ନିର୍ମାଣ ପାଇଁ ଭୂମି ପୂଜା କରିଥିଲେ। ବିଧାୟକଙ୍କ ସହ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଭିନ୍ନ ୱାର୍ଡରେ ବିଧାୟକଙ୍କୁ ଜନସାଧାରଣଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.