କ୍ରାଇମବ୍ରାଞ୍ଚ ର ଏସ୍‌ଟିଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ

0 1

ବରଗଡ :- ଓଡିଶା କ୍ରାଇମବ୍ରାଞ୍ଚ ର  ଏସ୍‌ଟିଏଫ୍‌ ଶୁକ୍ରବାର ବରଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ଏକ ଜାଲନୋଟ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କର ବିକଟରୁ  କରାଯାଇଛି। ଦୁଇ ଲକ୍ଷ ଛ ଶହ ଟଙ୍କା ର ଜାଳି ନୋଟ ଜବତ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ, ମଙ୍ଗଲୂ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ୍ଲ ମେହେର। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୭ଜଣିଆ ଟିମ୍‌ ବରଗଡ଼ ବରପାଲି, ଛତିଶଗଡ଼ ଆଦି ସ୍ଥାନରେ ଚଢାଉ କରି ଏହି ସଫଳତା ପାଇଥିଲେ। ବରଗଡ଼ ସଦର ପୋଲିସ ଏକ ମାମଲା ନଂ(୯୪/୨୦୨୦) ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.