ବିଶ୍ବଶାନ୍ତି ବ୍ରାହ୍ମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

0 1

ପଦ୍ମପୁର/ ଶାସକ ପ୍ରଶାସକ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍କକ ଅଧିନସ୍ଥ ବୁକୁରାମୁଣ୍ଡା ବଜାର ନିକଟ ରେ ଥିବା ପଲସାନୀ,ବୁକୁରାମୁଣ୍ଡା,ମହୁଲପାଲି ଠାରେ ଅନୁଷ୍ଠିତ ହେଉଥିବା ସୋମବାର ଦିନ ଦ୍ବିତୀୟ ବିଶ୍ବଶାନ୍ତି ବ୍ରାହ୍ମ ଯଜ୍ଞ ମହିମା ବାଲ୍ଯଲା ବାର୍ଷିକ ମହୋତ୍ସବ ଅବସରରେ କଳସଯାତ୍ରା ଆରମ୍ଭ ହୋଇଯାଇଛିା ଏଥିରେ ମହିମାଧର୍ମ ର ଅନେକ ସାଧୁ ସନ୍ଥବୃନ୍ଦ ଓ ଅଞ୍ଚଳର ମାଁ ଭଉଣୀମାନେ ମିଳିତହୋଇ କଳସଯାତ୍ରାରେ ଭାଗନେଇ ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଧରି ଧୂନୀମନ୍ଦିର ରେ ସ୍ଥାପନ କରିଥିଲେ। ସାଧୁ ବଳରାମ ଦାଶ ପ୍ରଜ୍ଜଳୀତ ଦୀପକୁ ଧରି ପ୍ରବେଶ କରିବା ସମୟରେ ସାଧୁ ଗିରିଜା ଶଙ୍କର ଦାଶ  ଦାଶ ସମସ୍ତ ମାଁ ଭଉଣୀ ଙ୍କୁ ମନ୍ଦିର କୁ ପାଛୋଟି ନେଇଥିଲେ । ଏ ଶୁଭ ଅବସରରେ କମିଟୀ ର ସମସ୍ତ କର୍ମକର୍ତ୍ତା ସହ ଅଞ୍ଚଳ ବାସୀ ସହଯୋଗ ପ୍ରଦାନ କରିଥିଲେ । ଏହି ବ୍ରହ୍ମ ଯଜ୍ଞ ତିନି ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.