ସରକାରୀ ଉଦାସୀନତା ପରେ ଚରମ ନିଷ୍ପତ୍ତି ଶୁଣାଇଲା କେନ୍ଦୁପତ୍ର ତୋଳାଳୀ ସଂଘ 

0 2

୧୧  ତାରିଖରେ ୯ ଟି ଯାକ ରେଞ୍ଜରେ କରିବା ରାସ୍ତାରୋକ 

ପଦ୍ମପୁର,(ଶାସକ ପ୍ରଶାସକ); ଆଲୋଚନା ବିଫଳ ହେବ ପରେ ଚରମ ବାଣୀ ଶୁଣାଇଲା କେନ୍ଦୁପତ୍ର  ତୋଳାଳୀ ସଂଘ |  ଆସନ୍ତା ୧୧ ତାରିଖରେ ପଦ୍ମପୁର ଅଂଚଳର ୯ଟି ରେଞ୍ଜରେ ରାସ୍ତାରୋକୋ କରିବାକୁ ରୋକ ଠୋକ ଶୁଣାଇଛି  ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର ତୋଳାଳୀ ସଂଘ |

 ସଂଘ  ସହ ସୋମବାର ଦିନ ପଦ୍ମପୁର ଡି.ଏଫ୍ ଓ ଙ୍କ ଅଫିସରେ ପଦ୍ମପୁର ଏସିଏଫଙ୍କ ସହ ଏକ ଆଲୋଚନା ହୋଇଥିଲା । ଗତ ୨ ତାରିଖ ରେ ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ରେଞ୍ଜ ମାନଙ୍କରେ କାର୍ଯ୍ୟରତ ବହୁ ଶ୍ରମିକ,ତୋଳାଳୀ,ବନ୍ଧାଳୀ, ଚେକର ଆଦିଙ୍କ ଦ୍ବାରା କରାଯାଉଥିବା ଘେରାଉ ଏବଂ ଉପସ୍ଥାପିତ ଦାବୀ ଯଥା ଦରମା ବୃଦ୍ଧି,ବକେୟା ସ୍ଟାଇଫେନ ପ୍ରଦାନ,ଫଡିଘର ଉଛେଦ କୁ ବନ୍ଦ କରିବା ପାଇଁ ଦାବୀ ଆଦି ବିଷୟରେ ବନ ବିଭାଗ ଅଧିକାରୀ ଙ୍କ କାର୍ଯାଳୟରେ ଆଲୋଚନା ହେବା  ସହ ଆସନ୍ତା ୧୧ ତାରିଖ ସଂଘ ତରଫରୁ ହେବାକୁ ଥିବା ଆନ୍ଦୋଳନ କୁ ବନ୍ଦ କରିବା ପାଇଁ ଆଲୋଚନା ହୋଇଥିଲେ ହେଁ ଆଲୋଚନା ଫେଲ ହେବା ସହ ଆଗାମୀ ୧୧ ତାରିଖ ରେ ପଦ୍ମପୁରର ପଦ୍ମପୁର, ପାଇକମାଲର ମାଝିପାଲି, ଦହିତାର ଦହିତା,ମିଠାପାଲିର ମିଠାପାଲି, ଝାରବନ୍ଧର ଝାରବନ୍ଧ, ଗାଇସିଲାଟର କନଙ୍ଗାପାଲି, ଜଗଦଲପୁରର ଲଖମରା, ପରି ୯ଟି ରେଞ୍ଜରେ ଆନ୍ଦୋଳନ ସହ ରାସ୍ତାରୋକ ହେବ ବୋଲି ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି । ଉକ୍ତ ଆଲୋଚନା ରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ପ୍ରଦୀପ ପୁରୋହିତ,ସଂଘ ରାଜ୍ଯ ସଂପାଦକ କୋକିଳ ସାହୁ,ପଦ୍ମପୁର ଏସିଏଫ ମଧ୍ଯ ଆନ୍ଦୋଳନ ରେ ଉପସ୍ଥିତ ଥିଲେ । ଦୀର୍ଘ ତିନି ଘଣ୍ଟାଧରି ଆନ୍ଦୋଳନକାରୀ ମାନେ ଡିଏଫଓ ଅଫିସ ଦଳ ଗୋବିନ୍ଦ ଦଳାଇ ଏବଂ ସଭ୍ଯ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.