ଭିଜିଲାନ୍ସ ଜାଲରେ ଫସିଲେ କୁଚିଣ୍ଡା ଏନଏସି ଇଓ

0 1

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ/କୁଚିଣ୍ଡାରୁ ଶାନ୍ତନୁ ବେହେରା :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଭୋର ୬ଟାରେ ଏହି ଚଢ଼ାଉ କରିଥିଲା। ଜିତେନ୍ଦ୍ରଙ୍କ ପୈତୃକ ଘର କୋଲାବିରା ସମେତ କୁଚିଣ୍ଡା ଏନ୍‌ଏସି ଅଫିସ, ଝାରସୁଗୁଡାର ଗୁଜୁରାତି କଲୋନୀ ଓ ଏଲ୍‌ଏନ୍‌ କଲେଜ ନିକଟସ୍ଥ ଘର, ସମ୍ବଲପୁର ଅଇଁଠାପାଲି କାଇଁଶିର ରୋଡ ଘର ଉପରେ ଏକକାଳୀନ ଚଢ଼ାଉ କରାଯାଇଛି।

ଜିତେନ୍ଦ୍ରଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.