ବଡବିଲରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ : ଓଡିଶାର ବରପୂତ୍ର, କୀର୍ତ୍ତି , କାରୁକଳାରେ ଆକର୍ଷଣୀୟ ସୁସଜ୍ଜିତ ରଥ

0

ପାରମ୍ପରିକ ବାଘ, ଷଣ୍ଢ, ଘୋଡା, ଶଙ୍ଖ, କଣ୍ଢେଇ ଓ ଆଦିବାସୀ ନୃତ୍ୟର ଶୋଭାଯାତ୍ରା

08-04-18-utkal-dibas-4.jpg - 661.74 kB

ବଡବିଲ(ଚିତରଂଜନ କର)-  କେନ୍ଦୁଝର ଜିଲା ବଡବିଲରେ ମହା ସମାରୋହରେ ପାଳିତ ହୋଇଛି ଉତ୍କଳ ଦିବସ । ଉକ୍ରଳ ଦିବସ ପାଳ ସମିତି ତରଫରୁ ଏହି ଅବସରରେ ସ୍ଥାନୀୟ ବିକାଶ ମହଲ ପଡିଆରେ ସମସ୍ତେ ଏକତ୍ରିତ ହୋଇଥିଲେ ।  ବଡବିଲ ପୌରାଧ୍ୟକ୍ଷ ଦିଲିପ ମିଶ୍ର ରବିବାର ପୂର୍ବାହ୍ନ ୮ଟା ୩୦ ରେ ଜାତୀୟ ପତାକା ଉତୋଳନ କରିଥିଲେ । ଜାତୀୟ ସଂଗୀତ ପରେ ସମୂହ ବନେ୍ଦ ଉକ୍ରଳ ଜନନୀ ଗାନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି ତଥା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ପୌର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମନୋରଂଜନ ଦେଓ, ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ମୂଖ୍ୟ ଚିକିତ୍ସାଧିକାରୀ ଡାଃ ସୌଦାମିନି ଧଳ, ପ୍ରତାପ କିଶୋର ଦାସ, ବିଜୟ ମହାନ୍ତି,  ସ୍କୁଲ  ପିଲାମାନଙ୍କୁ ମିଷ୍ଟାନ୍ନ ବଂଟନ ଓ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଂଟନ ପରେ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଥିବା ବରପୂତ୍ରମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନ ୨ଟା୩୦ରେ ସ୍ଥାନୀୟ ହରିହର ମନ୍ଦିର ସମ୍ମୁଖରୁ ଓଡିଶାର ବରପୂତ୍ର, କୀର୍ତି ଓ କାରୁକଳାରେ ଆକର୍ଷଣୀୟ ସୁସଜ୍ଜିତ ରଥ, ପାରମ୍ପାରିକ ବାଘ, ଷଣ୍ଢ, ଘୋଡା, ଶଙ୍ଖ, କଣ୍ଢେଇ ଓ ଆଦିବାସୀ ନୃତ୍ୟର ଏକ ଶୋଭାଯାତ୍ରା ବାହାରିଥିଲା । ତେବେ ଶୋଭାଯାତ୍ରା ସହର ପରିକ୍ରମା କରିୁଥିବାବେଳେ ବର୍ଷା ଯୋଗୁଁ ମହାନ୍ତ ବସ୍ତି ନିକଟରୁ ଶୋଭାଯାତ୍ରା ବନ୍ଦ ହୋଇଯାଇଥିଲା । ଶୋଭାଯାତ୍ରାକୁ ସ୍ୱାଗତ ଓ ସରବତରେ ଆପ୍ୟାୟିତ କରିବା ନିମନ୍ତେ ହରିହର ମନ୍ଦିର ନିକଟରେ ପିଏଚଡି ଅଂଚଳର ସାଂସ୍କୃତିକ ଅନୁଷ୍ଠାନ  କଳାକଳ୍ପନା, ମଧୁସୂଦନ ଛକ ଠାରେ ଗୁଜୁରାତି ସନାତନ ସମାଜ, କାରୋ ହୋଟେଲ ନିକଟରେ ଚିସ୍ତିୟା କମିଟି, ଭୋଲା ଗ୍ୟାରେଜ ଛକ ନିକଟରେ ଶ୍ରୀଗୁରୁ ସିଂହ ସଭା, ବିଶ୍ୱକର୍ମା ସମାଜ, ହିଦାୟତ ୱେଲଫେଆର ଟ୍ରଷ୍ଟ, ମହାନ୍ତ ବସ୍ତିଠାରେ ବିଜୟ ମହାନ୍ତ, ଶିବ ଛକରେ ଭାରତୀୟ ନାଗରିକ ବିକାଶ ମଂଚ, ବାଟା ଛକରେ ବିହାରୀ କଲ୍ୟାଣ ସମିତି, ବଜାର ମୂଖ୍ୟ ରାସ୍ତାରେ ମାରୱାଡି ଯୁବ ମଂଚ, ଥାନା ଛକଠାରେ ହିଦାୟତ ୱେଲଫେଆର ଟ୍ରଷ୍ଟ, ବଡବିଲ ପୋଲିସ ପକ୍ଷରୁ ଥାନା ନିକଟରେ ଓ ଟାଉନହଲଠାରେ କଳାକଳ୍ପନା ପକ୍ଷରୁ ଷ୍ଟଲ ମାନ ଶୋଭାପାଇଥିଲା । ପୌର ଟାଉନହଲ ଠାରେ ସନ୍ଧ୍ୟାରେ ବିଭିନ୍ନ ପିଠାପଣା ପ୍ରଦର୍ଶନୀ ସହ ପ୍ରତିଯୋଗିତା, ଆତସବାଜି ପ୍ରଦର୍ଶନ, ସାଧାରଣ ସଭା, ଭାଷା ସଂସ୍କୃତିର ପ୍ରବନ୍ଧ, ବକ୍ତୃତା ଆଦିର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେବାକୁଥିବା ଜଣାପଡିଛି ।ସନ୍ଧ୍ୟାରେ ବଡ଼ବିଲ ମ୍ୟୁନିସିପାଲିଟି ଟାଉନ ହଲଠାରେ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋୖରାଧକ୍ଷ ଦିଲୀପ ମିଶ୍ର, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ମହାବିଦ୍ୟାଳୟ ର ବରିଷ୍ଠ ପ୍ରାଧ୍ୟାପକ ଡଃ ହରିଶ ଚନ୍ଦ୍ର ବାରିକ, ସମ୍ମାନିତ ଅତିଥି ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ବଡ଼ବିଲ ପୌରପାଳିକାର ନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓ, ଫରେଷ୍ଟ ରେଞ୍ଜର ପଦ୍ମନାଭ ରାଉତ ପ୍ରମୁଖ ଯୋଗ ଦେଇଥିଲେ

08-04-18-Utkal-Divas3.jpg - 2.07 MB

Leave A Reply

Your email address will not be published.