ମହାବିଷୁବ ସଂକ୍ରାନ୍ତି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ସ୍ୱାଇପ ମେଶିନ ସାହାଯ୍ୟରେ କ୍ୟାଶ୍ ଲେସ ଜମା ବ୍ୟବସ୍ଥା ହେବ
ବଡବିଲ,(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲରେ ନୀଳାଚଳ ସାଂସ୍କୃତିକ ପରିଷଦ ତରଫରୁ ଅପ୍ରେଲ ୧୪ ତାରିଖରେ ମହା ବିଷୁବ ସଂକ୍ରାନ୍ତି ଅଥବା ପଣା ସଂକ୍ରାନ୍ତି ପାଳନ ନିମନ୍ତେ ସ୍ଥାନୀୟ ହରିହର ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପରିଷଦର ସଭାପତି ନିର୍ମଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲାବେଳେ ବିଗତ ବର୍ଷର ଆୟବ୍ୟୟର ହିସାବ ସର୍ବ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ତେବେ ବିଗତ ବର୍ଷ ଭଳି ଏ ବର୍ଷ ପଣା ସଂକ୍ରାନ୍ତି ଜାକଜମକର ସହ ପାଳନ କରାଯିବ ବୋଲି ଜଣାପଡିଛି । ଏହି ଅବସରରେ ଝୋଟି, ମୂରୂଜ ଆଦିର ପ୍ରତିଯୋଗିତା କରାଯିବାକୁ ନିଷ୍ପତି ନିଆଯାଇଥିଲା । ସଭାପରେ ଉପସ୍ଥିତ ଜନସାଧାରଣଙ୍କୁ ସୁଗାରଫ୍ରି ପଣା ବିତରଣ କରାଯିବା ସହ ପଣା ଭର୍ତି ରୌପ୍ୟ ଗ୍ଲାସର ନିଲାମ ପ୍ରକ୍ରିୟା ହେବାକୁ ସ୍ଥିରୀକୃତ ହୋଇଥିବା ଜଣାପଡିଛି । ତେବେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ନିଲାମ ଡାକ ପରେ ସ୍ୱାଇପ ମେସିନ ସାହାଯ୍ୟରେ କ୍ୟାଶ ଲେସ ଟଙ୍କା ଜମା ବ୍ୟବସ୍ଥା କରାଯିବାକୁ ନିଷ୍ପତି ନିଆଯାଇଥିଲା ଓ ଏହାର ଗୁରୁ ଦାୟିତ୍ୱ ପରିଷଦର ସଦସ୍ୟ ଦେବକାନ୍ତ ଦାସଙ୍କୁ ନ୍ୟସ୍ତ କରାଯାଇଥିବା ଜଣାପଡିଛି । ପଣା ଭର୍ତି ରୌପ୍ୟ ଗ୍ଲାସର ନିଲାମ ପ୍ରକ୍ରିୟାକୁ ଆକର୍ଷଣୀୟ କରିବା ନିମନ୍ତେ ପରିଷଦର ସଦସ୍ୟ ପ୍ରତାପ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲାବେଳେ ସଦସ୍ୟ ସୃତି ରଂଜନ ଦାସ, ଅଶୋକ ଠକର, ହାକିମ ଖାନ, କପିଳ ମହାନ୍ତି, ମନୋଜ ପତି, ଦେବକାନ୍ତ ଦାସ, ମଧୁସୂଦନ ସାହୁ, ସୁବୋଧ ଦାସ, ଶାନ୍ତନୁ ଦାଶ, ମାନସ ନାୟକ, ଚିତରଂଜନ କର ଓ ସଂଜୟ ନାଏକଙ୍କୁ ବିଭିନ୍ନ ଦାୟିତ୍ୱ ବଂଟନ କରାଯାଇଥିଲା । ଶେଷରେ ସମ୍ପାଦକ ଦେବପ୍ରିୟ ରଣା ସଭାପତି ଓ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।