ଆଶା, ମୋ ସରକାର ସତର୍କ ଥିବେ : ଭିତରେ ଭିତରେ ପଦକ୍ଷେପ ନେଉଥିବେ 

0

ଭୁବନେଶ୍ୱର (ଶାସକ ପ୍ରଶାସକ ) କରୋନା ଭୁତାଣୁ ସମ୍ପର୍କରେ ମୋ ସରକାର ନିଶ୍ଚୟ  ସତର୍କ ଥିବେ | କାରଣ  ଭାରତରେ ଦିଜଣ ଚିହ୍ନଟ ହେଲେଣି | ପ୍ରଧାନମନ୍ତ୍ରୀ ଜରୁରୀ ବୈଠକ ନେଲେଣି | ନିଜେ ପ୍ରଧାନମନ୍ତ୍ରୀ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ବିଭାଗକୁ କହିଲେଣି | ଲୋକଙ୍କ ପାଇଁ କିଛି ସ୍ୱାସ୍ଥ୍ୟ ଟିପ୍ସ ପ୍ରଦାନ କଲେଣି | ସେଇ ଆଧାରରେ ବାଙ୍ଗାଲୋରରେ ମଧ୍ୟ କର୍ଣ୍ଣାଟକ ସରକାର ପକ୍ଷରୁ ବିଏମଟିସିକୁ ନିର୍ଦ୍ଦେଶ ଦିଆଗଲାଣି ବସ ଭିତରେ ସ୍ୱଚ୍ଛତା ରକ୍ଷା କରିବା ସହ ବସ  ଡୋରର ହାଣ୍ଡଲ ଆଉ ସିଟର ଆର୍ମ ହାଣ୍ଡଲକୁ କ୍ଳରିନ କିମ୍ବା ଆଲକହଲ ଯୁକ୍ତ ବିଶୋଧକରେ ନିୟମିତ ସଫା କରିବା ପାଇଁ | ସେହିପରି କର୍ଣ୍ଣାଟକ ଭଳି ତେଲେଙ୍ଗାନାରେ ଅନୁରୂପ ପଦକ୍ଷେପ ନେବାକୁ ତେଲେଙ୍ଗାନାର ପ୍ରଭାବଶାଳୀ ଯୁବ ନେତା କେଟିଆର ହାଇଦ୍ରାବାଦ ମେଟ୍ରୋ ରେଳରେ ତୁରନ୍ତ ପଦକ୍ଷେପ ନେବା ପାଇଁ ତାହାର ଏମଡ଼ିଙ୍କୁ ପରାମର୍ଶ ଦେବା ସହ ପରିବହନ ମନ୍ତ୍ରୀ ପି ଅଜୟଙ୍କୁ ଅନୁରୋଧ କରୁଛନ୍ତି | ଆଶା , ଆମ ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଜୁ ପଟ୍ଟନାୟକ ବିମାନ ବନ୍ଦର ସର୍ବୋପରି ମୋ ସରକାର ଏ ଦିଗରେ ବଳିଷ୍ଠ ପଦକ୍ଷେପ ନେଇଥିବେ | 

    

Leave A Reply

Your email address will not be published.