ପଦ୍ମପୁରରେ ଭକ୍ତି ଓ ଶ୍ରଦ୍ଧାର ସହ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ।

22

ପଦ୍ମପୁର: ସ୍ଥାନୀୟ ଟାଉନ୍ ହଲ୍‌ଠାରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ କର୍ତ୍ତା ଭାବେ ମନୋଜ ମହାନ୍ତି ଓ କବିତା ମହାନ୍ତି ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଆତ୍ରାହି ଭଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ଏହାପରେ ସମାଜର ସଭାପତି ଶିରିଷ କୁମାର ବହିଦାରଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ସମାଜର ଉନ୍ନତି ଓ ସାମୂହିକ କଲ୍ୟାଣ ନିମନ୍ତେ କଲ୍ୟାଣ ମଣ୍ଡପ ଏବଂ ମନ୍ଦିର ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ଅଶୋକ କୁମାର ବହିଦାରଙ୍କ ସମେତ ହେମନ୍ତ ପଟ୍ଟନାୟକ, ପୂର୍ବତନ ସଭାପତି ସରୋଜ କୁମାର ବହିଦାର, ଆଶିଷ କୁମାର ବହିଦାର, ଭାରତ ସାମନ୍ତରାୟ, ରଜନୀ ରଞ୍ଜନ ମହାନ୍ତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥଲେ। ଯୁବ ସଭାପତି ପ୍ରୀତେଶ କୁମାର ବହିଦାର, ଶେଷଦେବ ପଟ୍ଟନାୟକ, ସନ୍ତୋଷ କୁମାର ବହିଦାର, ବିଜୟ ବହିଦାର , ନରସିଂହ ପଟ୍ଟନାୟକ,ସୁରଞ୍ଜିତ ବାହିଦାର, ତାପସ କୁମାର ମହାନ୍ତି, ଶିବାଶିଷ ପଟ୍ଟନାୟକ, ଈଶାନ କାନୁନଗୋ, ପ୍ରଶାନ୍ତ ମହାନ୍ତି, ଅଖିଳ ପଟ୍ଟନାୟକ, ସୋମେଶ ଚନ୍ଦ୍ର ମହାନ୍ତି, ସ୍ୱରୂପ ସୁମନ କାନୁନଗୋ, ନିଖିଲ ପଟ୍ଟନାୟକ, ଆୟୁଷ ରାୟ, ଶିବମ ପଟ୍ଟନାୟକ, ଅରବିନ୍ଦ ବହିଦାର, ଅଜୁ ବହିଦାର, ପ୍ରବୀଣ ବହିଦାର , ଶୈଳେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୂଜା ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଶେଷରେ ରାଜେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.