ଆସିକା ଏନଏସି ଅଞ୍ଚଳ ସର୍ଭେ କାର୍ଯ୍ୟର ତଦାରଖ ସହ ବିଭିନ୍ନ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କଲେ ଉପଜିଲ୍ଲାପାଳ

12

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଦର୍ଶନ କରି ଦୋକାନୀ ଓ ରାସ୍ତାକଡ଼ ବ୍ୟବସାୟୀମାନଙ୍କ ସର୍ଭେ କାର୍ଯ୍ୟର ତଦାରଖ କରିଥିଲେ। ସର୍ଭେ କାର୍ଯ୍ୟ ଯେପରି ସଠିକ୍, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ ହୁଏ, ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ସେ ଅଞ୍ଚଳରେ ଚାଷଜମିର କ୍ଷୟକ୍ଷତି ଆକଳନ, ଘରବାଡ଼ି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ, ଚାଉଳ ବଣ୍ଟନ ଏବଂ ଅନୁଗ୍ରହମୂଳକ ସହାୟତା ବଣ୍ଟନ ଆଦି ବିଭିନ୍ନ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସଠିକ୍ କ୍ଷୟକ୍ଷତି ଆକଳନ, ସ୍ୱଚ୍ଛତା ଓ ତ୍ୱରିତ ସହାୟତା ବଣ୍ଟନ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୟରେ ସୁନ୍ଦରଗଡ଼ର ନୋଡାଲ ଅଧିକାରୀ ତଥା ଉପଜିଲ୍ଲାପାଳ ତେଜସ୍ଵୀନି ବେହେରା, ଆସିକା ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମୀକ୍ଷା ଓ ତଦାରଖ କାର୍ଯ୍ୟରେ ସହଯୋଗ କରିଥିଲେ।

Leave A Reply

Your email address will not be published.