ବଡ଼ପଣ୍ଡା ବସ ଦୁର୍ଘଟଣାରେ 2 ଆହତ:କେବଳ 108 କୁ ଫୋନ କରି ନିଜର କର୍ତ୍ତବ୍ୟ ସାରିଦେଲେ ସମ୍ବେଦନହୀନ ବସ ମାଲିକ

0

ବରଗଡ :- ଆଜି ସକାଳ ପ୍ରାୟ 5 ଟା50 ମିନିଟ ରେ ପାଇକମାଲ ରୁ ସମ୍ବଲପୁର ଯାଉଥିବା ବଡ଼ପଣ୍ଡା ବସ ପାଇକମାଲ ରୁ ମାତ୍ର ତିନି କିଲୋମିଟର ଦୂରରେ ସାଲେପଲି ନିକଟରେ ଏକ ପିକଅପ କୁ ସାଇଡ଼ରୁ  ଘଷି ହେଇଯାଇଥିଲା । ଯାହାଫଳରେ ବସ ରେ ଥିବା ଦୁଇ ଜଣ ଶ୍ରମିକ ଶ୍ରେଣୀର ଯାତ୍ରୀ ଆହତ ହେଇଥିଲେ । ଏହି ଗାଡ଼ିରେ ନୂଆପଡା ଜିଲ୍ଲାର କିଛି ଶ୍ରମିକ ମାନେ ବାନରସ କୁ ଯାଉଥିବା ସୂଚନା ମିଳିଛି । ବସ ଦୁର୍ଘଟଣା ଗ୍ରସ୍ତ ହେବା ପରେ ବସ ମାଲିକ ଶରତ ବଡ଼ପଣ୍ଡା ତୁରନ୍ତ ଘଟଣା ସ୍ଥଳ କୁ ପହଞ୍ଚି ଯାଇଥିଲେ ହେଲେ ଅହତ ଙ୍କୁ ଦେଖିବା ପରେ ମାତ୍ର 108 କୁ ଫୋନ କରି ନିଜର କର୍ତ୍ତବ୍ୟ ଶେଷ କରିଦେଇଥିଲେ । ଦୁର୍ଘଟଣା ସ୍ଥଳରୁ ଶ୍ରୀ ବଡ଼ପଣ୍ଡା ଙ୍କର ଘର ମାତ୍ର ତିନି କିଲୋମିଟର ତାଙ୍କର ନିଜର ଗାଡି ମଧ୍ୟ ଅଛି ସେ ଯଦି ଟିକେ ମାନବିକତା ଦେଖାଇ ନିଜର ଗାଡ଼ିରେ ଅହତ ଙ୍କୁ ଡାକ୍ତର ଖାନା କୁ ନେଇଥାନ୍ତେ ତେବେ ଆହତ ଙ୍କର କିଛି କମ ରକ୍ତ ବୋହିଥାନ୍ତା କିନ୍ତୁ ମଣିଷ ପଣିଆ ତାଙ୍କ ନିକଟରେ ମରି ଯାଇଥିବା ଆଜି ସେ ନିଜେ ପ୍ରମାଣିତ କରିଦେଲେ । ବରଗଡ଼ ଜିଲ୍ଲାର ଅନେକ ନେତା ମନ୍ତ୍ରୀ ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ନିଜ ଗାଡ଼ିରେ ଡାକ୍ତର ଖାନା ନେଇ ଆହତ ମାନଙ୍କୁ ଚିକିତ୍ସା କରାଇଥିବାର ଅନେକ ଉଦାହରଣ ରହିଛି ସେହି ଭଳି ଜାଗାରେ ଜଣେ ବସ ମାଲିକର ଏହିଭଳି ଉଦାସୀନତା ନିଶ୍ଚିତ ଭାବରେ ଦୃଢ଼ ନିନ୍ଦନୀୟ । ମୁଖ୍ୟ କଥା ହେଲେ ଉକ୍ତ ଗାଡ଼ିରେ ଫାଷ୍ଟ ଆଡ଼ ର କୋଣସି ସରଞ୍ଜାମ ନଥିଲା ।  ତେବେ ବର୍ତମାନ ଆହତ ଅବସ୍ଥା ଠିକ ଥିବା ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଜଣାଇଛନ୍ତି । ପାଇକମାଲ ଥାନାରେ କେଶ ନମ୍ବର 26/20 ଧାରା 279 , 337 ରେ ମାମଲା ରୁଜୁ କରାଯାଇ ଉଭୟ ଗାଡିକୁ ଜବତ କରାଯିବା ସହିତ ଘଟଣାର ତଦନ୍ତ ଜାରି ରହିଥିବା ଶ୍ରୀ ମନବୋଧ ଜଣାଇଛନ୍ତି ।

Leave A Reply

Your email address will not be published.