ଦାର୍ଶନିକ ବିଶ୍ଳେଷଣର ତାତ୍ପର୍ଯ୍ୟ  ଶୀର୍ଷକ ଆଲୋଚନା ଚକ୍ର 

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ଦର୍ଶନ ଶାସ୍ତ୍ର ବିଭାଗ ଦ୍ୱାରା ଶନିବାର ଦିନ ଦାର୍ଶନିକ ବିଶ୍ଳେଷଣର ତାତ୍ପର୍ଯ୍ୟ ଶୀର୍ଷକ ଆଲୋଚବନା ଚକ୍ର ଅଵୁସ୍ଥିତ  ହୋଇଯାଇଛି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ପ୍ରାଧ୍ୟାପକ ଡଃ ଅଶୋକ କୁମାର ତରାଇ ଉକ୍ତ ଆଲୋଚନାରେ ଅଂଶ ଗ୍ରହଣ କରି ଜୀବନରେ ଦର୍ଶନ ଶାସ୍ତ୍ରର ଗୁରୁତ୍ୱ ଏବଂ ଦୈନନ୍ଦିନ ଜୀବନରେ ଉତ୍ତମ ମଣିଷଟିଏ ହେବା ପାଇଁ ଦାର୍ଶନିକ ବିଶ୍ଳେଷଣର ଆବଶ୍ୟକତାକୁ ଯୁକ୍ତି ମାଧ୍ୟମରେ ଉପସ୍ଥାପନ କରିଥିଲେ । ସେହିପରି ଦର୍ଶନ ଶାସ୍ତ୍ରକୁ ଆମେ ଦୈନଦିନ ଜୀବନରେ ଅଜ୍ଞାତରେ ବ୍ୟବହାର କରୁଥିଲେ ସୁଦ୍ଧା ଏହା ଦର୍ଶନ ଶାସ୍ତ୍ର ଅନ୍ତର୍ଭୁକ୍ତ ବୋଲି ଆମେ ଜାଣିନଥାଉ ବୋଲି ବରିଷ୍ଠ  ଖବରଦାତା ତଥା ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ବକ୍ତବ୍ୟ  ଉପସ୍ଥାପନ କରିଥିଲେ । ବିଭାଗ ମୁଖ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର ଦର୍ଶନ ଶାସ୍ତ୍ରର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ଦର୍ଶନ ବିଭାଗର ସମସ୍ତ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିବା ବେଳେ ଅମିତ କୁମାର ଚୌଧୁରୀ, ଅଭିଲିପ୍ସା ସାହୁ ଓ ଅନ୍ୟମାନେ ନିଜ ନିଜର ସନ୍ଧର୍ଭ ପାଠ କରିଥିଲେ । କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ପ୍ରାଧ୍ୟାପକ ବିଶ୍ୱନାଥ ମହାରଣା ଓ ବାବାଜୀ ପରିଡା ସମ୍ମାନୀତ ଅତିଥି  ଭାବେ ମଂଚାସୀନ ଥିଲେ । ଅଧ୍ୟାପିକା ରାଜଶ୍ରୀ ନାୟକ ଓ ଅଧ୍ୟାପକ ଦୁର୍ଗାଚରଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.