ନୟାଗଡ଼ ଚିନିଶିଳ୍ପ ପୁନଃ କାର୍ଯ୍ୟକ୍ଷମ ଦାବୀରେ ମାର୍ଚ୍ଚ ୬ ତାରିଖରେ  ଜିଲ୍ଲା ବନ୍ଦ ଡାକରା

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲାର ଏକମାତ୍ର ଚିନି ଶିଳ୍ପ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ ଦାବୀରେ ନୟାଗଡ଼ କ୍ରିୟାନୁଷ୍ଠାନ  କମିଟି ତରଫରୁ ଆସନ୍ତା ମାର୍ଚ ୬ ତାରିଖରେ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । କମିଟିର ଆବାହକ ବିଶ୍ୱନାଥ ମାହାପାତ୍ରଙ୍କ ଅଧ୍ୟକ୍ଷତାରେ ଶରଣକୁଳ ଠାରୁ ଓଡ଼ଗାଁ ପର୍ଯ୍ୟନ୍ତ ସାଇକେଲ ଶୋଭାଯାର୍ତ୍ର ଅନୁଷ୍ଠିତ  ହୋଇଯାଇଛି । ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ, ମନୋଜ କୁମାର ସାହୁ, ସଂଯୋଜକ ଶିବରାମ ମହାପାତ୍ର, ଚିନିକଳ କର୍ମଚାରୀ ସଙ୍ଘ ସଭାପତି ଯୋଗେନ୍ଦ୍ର କୁମାର ଖୁଂଟିଆ ପ୍ରମୁଖ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଓଡ଼ଗାଁ ଲକ୍ଷ୍ମୀବଜାର ଠାରେ ଏକ ପଥପ୍ରାନ୍ତ ସଭା ମାଧ୍ୟମରେ ସାଧାରଣ ଜନତାଙ୍କ ସମର୍ଥନ ଲୋଡିଥିଲେ ।

Leave A Reply

Your email address will not be published.