ଦଶମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ଵା  ଘଟଣା: ପ୍ରଭାବରେ ୩୭ ଛାତ୍ରୀ ଆଶ୍ରମ  ଛାଡିଲେ  

0

ସିନାପାଲି(ନିରାକାର ମେହେର )-ନୂଆପଡା ଜିଲ୍ଲା ସିନାପାଲି ଥାନା ଅଂଚଳ ର ଏକ ଅନୁସୂଚିତ ଜନଜାତି କନ୍ୟାଶ୍ରମ ର ଜଣେ ଛାତ୍ରୀ ଅନ୍ତଃସତ୍ବ ହେବା ଘଟଣା ରେ ଜଣେ ନିରୀହ ଆଦିବାସୀ ଯୁବକକୁ ପୋଲିସ ଗିରଫ କରିଥିବା ବେଳେ ଏହାର ଅସଲ ରହସ୍ୟ ଉନ୍ମୋଚନ କରି ନ ଥିବାରୁ ଅସନ୍ତୋଷ ଆଦିବାସୀମାନେ କୁସୁମଜୋର ହାଇସ୍କୁଲ ସମ୍ବୁଖରେ ରେ ଧାରଣା ଦେଇଛନ୍ତି ! ଯେ ପର୍ଯନ୍ତ ତାଙ୍କୁ ନ୍ୟାୟ ନ ମିଳିବ ତାଙ୍କ ପିଲାମାନଙ୍କୁ ଏଠାରେ ପାଠପଢାଇ ଦେବେ ନାହିଁ ବୋଲି ନିର୍ଣ୍ଣୟ ଦେଇଥିଲେ | ଏହି ଆଶ୍ରମରୁ ଗତ 2ଦିନ ମଧ୍ୟରେ 37ଜଣ ଛାତ୍ରୀଙ୍କୁ ନିଜର ଅଭିଭାବକ ମାନେ ନେଇଯାଇଛନ୍ତି | ସୋମବାର ସନ୍ଧ୍ୟା ରେ 25ଜଣ ଘରକୁ ଯାଇଥିବା ବେଳେ ମଙ୍ଗଳବାର ପୁଣି 12ଜଣ ଘରକୁ ଯାଇଥିବା ଜଣାପଡିଛି !

ସୂଚନାଯୋଗ୍ୟ ଯେ ଗୌଡ଼ ସମାଜ ପକ୍ଷ ରୁ ଗତ 11ତାରିଖରୁ ସ୍କୁଲ ସମ୍ଭୁଖରେ ଧାରଣା ଦିଆ ଯାଇଥିଲା  !ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଉପଜିଲ୍ଲାପାଳ, ଜିଲ୍ଲାପାଳ ମଙ୍ଗଳଅଧିକାରୀ ସମେତ ଏକ 6 ଜଣିଆ ଟିମ ପହଂଚି ସମାଜ ପକ୍ଷରୁ 10ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା !ଏହା ଉପରେ ସେଭଳି ଆଖିଦୁଶୀଆ କାର୍ଯାନୁଷ୍ଠାନ କରାଯାଇନାହିଁ ବୋଲି ସଙ୍ଘ ଅସନ୍ତୋଷ ପ୍ରକାଶ କରିଛି !ପ୍ରତିକ୍ରିୟାଶିଳ ହୋଇ ସୋମବାର ଆଦିବାସୀ ସମ୍ପ୍ରଦାୟ ପକ୍ଷ ରୁ ଛାତ୍ରୀ ମାନଙ୍କୁ ଘରକୁ ନିଆଯାଇଛି !ସେମାନଙ୍କୁ ନ୍ୟାୟ ନ ମିଳିବା ଯାଏ ଝିଅ ମାନଙ୍କୁ ଏଠାକୁ ଆଣିବେ ନାହିଁ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି !ସୂଚନାଯୋଗ୍ୟଯେ ଏହି ଆନ୍ଦୋଳନ କେବଳ ଗୌଡ଼ ସମାଜ ପକ୍ଷରୁ କରାଯାଇଥିଲା !ଆଗକୁ ଏହା ଆଦିବାସୀ ସଙ୍ଘ ପକ୍ଷରୁ କରାଯିବବୋଲି ସଙ୍ଘ ସଭାପତି ପ୍ରଶନ୍ନ କୁମାର ମାଝୀ କହିଛନ୍ତି !

Leave A Reply

Your email address will not be published.