ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ:-ସୁନ୍ଦରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମାସ ୩ ତାରିଖ ଗସ୍ତ ରେ ଆସୁଛନ୍ତି ନେଇ ଏବେ ଦଳର ଆଗୁଆ ପ୍ରସ୍ତୁତି ବୈଠକ ହୋଇଯାଇଛି | ଯଦି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ମହାବିଦ୍ୟାଳୟର୍ ହୀରକ ଜୟନ୍ତୀ ସମାରୋହରେ ଯେପରି ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ଶେଷ ସମୟରେ ବାତିଲ ହୋଇଥିଲା ସେହିପରି ଯଦି କୌଣସି ଅସୁବିଧା ନହୁଏ ତେବେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାକୁ ଆସିଲେ ପ୍ରାୟ ୧ ହଜାର କୋଟି ଟଙ୍କାର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ର ଶୁଭା ରମ୍ଭ କରିବେ ତା ସହିତ ଭିତ୍ତିପ୍ରସ୍ତ ର ସ୍ଥାପନ କରିବେ ବୋଲି ଜଣାପଡ଼ିଛି । ନବୀନପଟ୍ଟନାୟକ ଅଷ୍ଟମ ଥର ଲାଗି ସଭାପତି ହେବା ପରେ ତାଙ୍କର ପ୍ରଥମ ସୁନ୍ଦରଗଡ ଜିଲ୍ଲା ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲା ନେତୃବୃନ୍ଦ ଜୋରଦାର କରୁଛନ୍ତି ଉଦ୍ୟମ | ସୁନ୍ଦରଗଡ ଜିଲ୍ଲା ସଭାପତି ବିନୟ ଟପ୍ପୋ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସୁନ୍ଦରଗଡ ର ରାଣୀ ମାତା ତଥା ବିଜେଡି ନେତ୍ରୀ ଶ୍ରୀ ପଦ୍ମିନୀ ଶେଖର ଦେଓଙ୍କ ବାସ ଭବନରେ ଅନୁଷ୍ଟିତ ହୋଇ ଯାଇଛି ପୂର୍ବ ପ୍ରସ୍ତୁତି ବୈଠକ | କିଏ କେତେ ଲୋକ ଆଣିବେ କେଉଁ ଜାଗାରୁ କେତେଜଣ ଆସିବେ କର୍ମୀ ମାନକୁ କେମିତି ଆଣିବା ଏ ବିଷୟରେ ଚର୍ଚ୍ଚା ହୋଇଥିବା ଏବେ ଜିଲ୍ଲାରେ ଟୁପୁର ଟାପର ଲାଗିରହିଥିବା ବେଳେ କାହାକୁ କେଉଁ ଦାୟିତ୍ୱ ବଣ୍ଟନ କରାଗଲା କିପରି ଭାବରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ସଫଳ କରିବା ସେ ବିଷୟରେ ଆଲୋଚନା ଚର୍ଚ୍ଚା ହେଇଥିବା ଶୁଣିବା ପାଇଁ ମିଳିଛି । ଏହି ବୈଠକ ରେ ପୂର୍ବତନ ବିଧାୟକ ଯୋଗେଶ ସିଂ, ପୂର୍ବତନ ନାଗର ପାଳ ବେଣୁଧର ତାଣ୍ଡିଆ,ପୂର୍ବତନ ସୁନ୍ଦରଗଡ଼ ବିକାଶ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ଲୋକସଭା ପ୍ରାଥିନି ସୁନିତା ବିଶ୍ୱାଳ, ତାଳସରା ବିଧାୟକ ପ୍ରାର୍ଥୀ ଷ୍ଟିଫେନ ସୋରେଙ୍ଗ,ବିଜେଡ଼ି ନେତ୍ରୀ ରଞ୍ଜନା ପଣ୍ଡା, ବୀଣା ସାହୁ,ବିଜେଡ଼ି ନେତା ଦାମୋଦର ମାଝୀ, ହରେନ୍ଦ୍ର ସିଂ, ବୁଢା ଭିତିରିୟା, ଏବଂ ସମ୍ବଲପୁର ଜୋନ ବିଜୁ ଛାତ୍ର ଜନତାଦଳ ନେତା ବୈକୁଣ୍ଠ ନାଏକ ଆଦି ନେତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପାଇଁ ରଣନିତୀ ପ୍ରସ୍ତୁତ କରିଥିଲେ ବୋଲି ଜଣାପଡିଛି ।