ବ୍ରହ୍ମାଣ୍ଡରେ ଓଡ଼ିଶା ହେଉଛି ନିଜେ କୋହିନୂର : ରାଜ୍ୟପାଳ 

0

http://www.youtube.com/watch?v=1YlTSaqu29w

ପାରଳା ଗଜପତି ବିକାଶ ମଞ୍ଚର ଦ୍ବିତୀୟ ବାର୍ଷିକୋତ୍ସବ : ଭାଷାଭିତ୍ତିକ ପ୍ରଦେଶ ପାଇଁ ମନେ ରହିବେ କୃଷ୍ଣଚନ୍ଦ୍ର ଗଜପତି 

ଭୁବନେଶ୍ବର : ବ୍ରହ୍ମାଣ୍ଡରେ ଓଡ଼ିଶା ହେଉଛି ନିଜେ କୋହିନୂର। ଏହା ଏମିତି ଗୋଟିଏ ରାଜ୍ୟ ଯେଉଁଠି,  ଦପ୍ତରରେ ଚା ଦେଉଥିବା ଲୋକଟିଏ ବି ଭଲ କବିତା ଲେଖିପାରୁଛି। ଭାଷା ଭିତ୍ତିରେ ଗଠନ ହୋଇଥିବା ଏ ରାଜ୍ୟର ସାହିତ୍ୟ ବିଭବ ଦୁର୍ମୁଲ୍ୟ | ଓଡିଶାକୁ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା କ୍ଷେତ୍ରରେ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସର୍ବଦା ସ୍ମରଣୀୟ। ଓଡ଼ିଆଙ୍କ ଅସ୍ତିତ୍ବ ଓ ଅସ୍ମିତା ପାଇଁ ପାରଳା ଗଜପତିଙ୍କ  ଅବଦାନକୁ ଏ ଜାତି କେବେ ବି  ଭୁଲିପାରିବ ନାହିଁ ବୋଲି ପାରଳା ଗଜପତି ବିକାଶ ମଞ୍ଚର ୨ୟ ବାର୍ଷିକ ଉତ୍ସବକୁ ଉଦଘାଟନ କରି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । 

ବିକାଶ ମଞ୍ଚର ସଭାପତି ରାସବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ପ୍ରଫେସର ବିପିନ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାର ଶିକ୍ଷା ମାନଚିତ୍ରକୁ ପାରଳା ଗଜପତିଙ୍କ ଅବଦାନ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ କେ.ନାରାୟଣ ରାଓ, ଶିକ୍ଷାବିତ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡା, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ଭୃଗୁ ବକ୍ସିପାତ୍ର ପ୍ରମୁଖ ଯୋଗଦେଇ ପାରଳା ଗଜପତିଙ୍କ ଉଚ୍ଚାଙ୍ଗ ବ୍ୟକ୍ତିତ୍ବ ଓ ଓଡ଼ିଶା ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ରାମାନନ୍ଦ ଦାସଜୀ ମହାରାଜଙ୍କୁ  ସନ୍ଥ ଗୌରବ, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପାରଳା ମଣି, ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କୁ ପାରଳା ରତ୍ନ, ଇଂ ତୀର୍ଥବାସୀ ପଣ୍ଡାଙ୍କୁ ପାରଳା ଗୌରବ, ଅମର ପାଢ଼ୀଙ୍କୁ ସେବା ବନ୍ଧୁ , ମୁରଲୀଧର ପରିଚ୍ଛାଙ୍କୁ କଳାଶ୍ରୀ ଓ ନିହାର ରଂଜନ ପଣ୍ଡାଙ୍କୁ ପାରଳା ଗଜପତି ସ୍ମୃତି ସମ୍ମାନ ପ୍ରଦାନ କାରାଯାଇଥିଲା | ଏହି ଅବସରରେ ମୁଖପତ୍ର ପୁଣ୍ୟ ପୀଠ ଉନ୍ମୋଚିତ ହୋଇଥିଲା | ସାଧାରଣ ସମ୍ପାଦକ ରାଜକିଶୋର ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ ସହ ପାରଳାଖେମୁଣ୍ଡି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ କେତେକ ଦାବି ଉପସ୍ଥାପନ କରିଥିଲେ।  ଶେଷରେ  ଅନୁସ୍ଥାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

 

 

Leave A Reply

Your email address will not be published.