ଗଛକଟା କୁ ନେଇ  ଠିକାସଂସ୍ଥା  “ମେଗା ଇଂଜିନିୟରିଂ” ହଟହଟା 

0

ବାରିପଦା(ଦିଲ୍ଲୀପ ମହାନ୍ତି )– ବାରିପଦା ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଦେଉଳି ଡେମ୍ଠାରୁ ବାରିପଦା ସହରସ୍ଥିତ ମୁର୍ଗାବାଡ଼ି ପର୍ଯ୍ୟନ୍ତ ଇଲକଟ୍ରିକ ଖୁଣ୍ଟ ବସାଇବା କାର୍ଯ୍ୟ ଚାଲୁ ରହିଛି। ତେବେ ବାରିପଦା ସଦରଥାନା ଅଧିନରେ ଥିବା କଇଁଫୁଲିଆ ଠାରେ ଇଲକଟ୍ରିକ ଖୁଣ୍ଟ ବସାଉଥିବା  ସମୟରେ କାର୍ଯ୍ୟ କରୁଥିବା ସଂସ୍ଥା “ମେଗା ଇଂଜିନିୟରିଂ” ପକ୍ଷରୁ ଗଛ କଟାକୁ କେନ୍ଦ୍ର କରି ଉତ୍ତେଜିତ ହେଲେ ସ୍ଥାନୀୟ ଗ୍ରାମବାସୀ । କାର୍ଯ୍ୟ ବନ୍ଦ କରିବା ସହ ନିୟୋଜିତ କର୍ମଚାରୀଙ୍କୁ ଆଜି ଦିନ ୩ଟା ପାଖରୁ ଅଟକ  ରଖିଥିଲେ କାର୍ଯ୍ୟ ରେ ନିୟୋଜିତ କର୍ମଚାରୀଙ୍କୁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟ ଆରମ୍ଭ ପୂର୍ବରୁ  ଠିକାସଂସ୍ଥା କୌଣସି ଗଛ କଟା ନଯିବାର ପ୍ରତିଶ୍ରୁତି ଦେଇଥିଲେ ହେଲେ ବର୍ତ୍ତମାନ ଗଛ କାଟୁଥିବାରୁ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବାରୁ ବାରିପଦା ସଦର ଥାନା ପୋଲିସ ପହଞ୍ଚି ସାରିଥିବାବେଳେ କୌଣସି ବନବିଭାଗ କର୍ମଚାରୀ କିମ୍ବା ବିଦ୍ୟୁତ ବିଭାଗର କୌଣସି  ଉପରିସ୍ଥ କର୍ମଚାରୀ ପହଞ୍ଚି ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.