ବାରିପଦା(ଦିଲ୍ଲୀପ ମହାନ୍ତି)– ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଚାଲିଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୦ରେ ଆଜି ହେଉଥିବା ଗଣିତ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୩୭୧୪୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫୪୧୭ ଜଣ ପରୀକ୍ଷାରେ ବସିଥିବା ବେଳେ ୧୭୨୫ ଜଣ ଅନୁପସ୍ଥିତ ରହିଛନ୍ତି । ଏମାନଙ୍କ ମଧ୍ୟରୁ ହାଟବାଦଡା ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧ ଜଣ ଓ ବଲାଣିପୋଷୀ ଏସ ଏସ ଡି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ୮ ଜଣ ଏହିପରି ମୋଟ ୯ ଜଣ ପରୀକ୍ଷାର୍ଥୀ କପି କରି ଧରା ପଡିଥିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ତେବେ ଆଜିର ପରୀକ୍ଷାରେ ପାରୀକ୍ଷାର୍ଥୀମାନଙ୍କ ଅନୁପସ୍ଥିତ ସର୍ବକାଳୀନ ରେକର୍ଡକୁ ଭଙ୍ଗ କରିଥିବାର ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.