ନିଆରା ପ୍ରୟାସ : ରକ୍ତଦାନ କରି ଆରମ୍ଭ କଲେ ବୈବାହିକ ଜୀବନ

0

ଭୁବନେଶ୍ୱର(ଶାସକ ପ୍ରଶାସକ): ବିବାହ ଉତ୍ସବକୁ ଜାକଜମକରେ ପାଳନ କରିବାକୁ କେହି କେହି ହୋଟେଲରେ ପାର୍ଟି ଦେଉଥିବା ବେଳେ ଆଉ କେହି କେହି ଦାମିକା ଖାଦ୍ୟ ସହିତ ନାଚଗୀତର ବ୍ୟବସ୍ଥା କରିଥାନ୍ତି । ହେଲେ ଏ ସବୁର ବ୍ୟତିକ୍ରମ ଘଟାଇ ଯୁବ ସମାଜସେବୀ ବିକ୍ରମ ନାୟକ ଓ ମନସ୍ୱିନୀ ପରିଡ଼ା ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ରବିବାର ଦିନ ଭୁବନେଶ୍ୱର ରାଜଧାନୀ ରକ୍ତଭଣ୍ଡାର ପରିସରରେ ଉଭୟ ନବଦମ୍ପତ୍ତି ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିବା ସହିତ ଭୋଜିକୁ ଆସିଥିବା ଅତିଥିମାନଙ୍କୁ ଗଛ ଚାରା ବାଣ୍ଟିଥିଲେ ଏବଂ ନିଶାମୁକ୍ତିର ବାର୍ତ୍ତା ପ୍ରଦାନ କରିଥିଲେ ଏହିଭଳି ଏକ ମହତ୍ ଉଦ୍ଦେଶ୍ୟରେ ନିଜର ବୈବାହିକ ଜୀବନ ଆରମ୍ଭ କରିଥିବାରୁ ଉପସ୍ଥିତ ଅତିଥିମାନେ ଉଭୟଙ୍କୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଥିଲେ । ସମାଜ ସେବାରେ ଉତ୍ସର୍ଗୀକୃତ ବିକ୍ରମ ଓ ମନସ୍ୱିନୀ ଦୀର୍ଘ ୧୫ ବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ୍ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି । ଏହିଭଳି ମହତ୍ କାର୍ଯ୍ୟରେ ଚିତ୍ତରଞ୍ଜନ ମହାନ୍ତି, କୃପାସିନ୍ଧୁ ପ୍ରଧାନ, ରାଜନାରାୟଣ ଜେନା, ଦେବାଶିଷ ଦାସ, ସୁପ୍ରିୟା ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଧୀରେନ ଠାକୁର, ସତ୍ୟବ୍ରତ ଜେନା, ହରପ୍ରସାଦ ମହାପାତ୍ର ଏବଂ ବହୁ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.