ସୁନ୍ଦରଗଡ଼ ରେ କରୋନା ଭାଇରସ ସନ୍ଦେହ !!!

0

ସୁନ୍ଦରଗଡ଼ :- କରୋନା ଭାଇରସ ସନ୍ଦେହରେ ଆଜି ଜଣେ ଯୁବକ ସୁନ୍ଦରଗଡ଼ ଜିଲ୍ଲାରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ଆସୁଥିବା ଜଣାପଡ଼ିଛି। ସେ ଏଠାରେ ସ୍ଥାପନ କରାଯାଇଥିବା କରୋନା ଭାଇରସ୍‌ ଓ୍ଵାର୍ଡରେ ୭ ଦିନ ଯାଏ ରହିବେ ବୋଲି ଭିମ୍‌ସାରର ଯକ୍ଷ୍ମା ଓ ଛାତିରୋଗ ଡାକ୍ତର ଡ. ସୁଦର୍ଶନ ପୋଥାଲ ସୂଚନା ଦେଇଛନ୍ତି। ସଂପୃକ୍ତ ଯୁବକଙ୍କୁ ୭ ଦିନ ଯାଏଁ ଏଠାରେ ପର୍ଯ୍ୟବେକ୍ଷଣରେ ରଖାଯିବ। ତାଙ୍କର ରକ୍ତ ନମୂନା ଭୁବନେଶ୍ୱର ପଠାଯିବ। ଭୁବନେଶ୍ୱରରୁ ରକ୍ତ ନମୂନା ବାହାରକୁ ପଠାଯିବ। ରକ୍ତ ନମୂନା ରିପୋର୍ଟ ଆସିବା ପରେ ଯୁବକଙ୍କୁ ଘରକୁ ଛଡ଼ାଯିବ । ସୂଚନାଯୋଗ୍ୟ, ଦକ୍ଷିଣ କୋରିଆରୁ ନିକଟରେ ଫେରିଥିବା ସୁନ୍ଦରଗଡ଼ ଯବକ ସନ୍ଦେହରେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ବୁର୍ଲା ବଡ଼ଡାକ୍ତରଖାନା ଆସୁଛନ୍ତି। ତାଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଅଣଯାଉଛି। ତାଙ୍କ ସହିତ ଏକ ମେଡିକାଲ ଟିମ ମଧ୍ୟ ଅଛନ୍ତି। ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୨ ହଜାର ୭୦୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହି ମାରାତ୍ମକ ଭାଇରସରେ ୮୦ ହଜାର ୩୫୨ ଜଣ ଲୋକ ସଂକ୍ରମିତ ଅଛନ୍ତି। ଚୀନରେ ସର୍ବାଧିକ ୨୬୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ କୋରିଆରେ ଜୀବନ ହରାଇଛନ୍ତି ୧୧ ଜଣ ଲୋକ। ସେହିପରି ଇରାନରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.