ଭୁବନେଶ୍ୱର(ଶାସକ ପ୍ରଶାସକ) : ଝାରପଡ଼ାସ୍ଥିତ ନିଳାଦ୍ରୀ ନଗର ମଙ୍ଗରାଜ ଛକଠାରେ ମା ସିଦ୍ଧି ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ଦିନ ଅପରାହ୍ନ ୪.୩୦ ମିନିଟ୍ ସମୟରେ ଆଜ୍ଞାମାଳ ଓ ଅଖଣ୍ଡଜ୍ୟୋତି ମଣ୍ଡପ ପ୍ରବେଶ କରିବା ସହିତ ଅଙ୍କୁରା ରୋପଣ, ଅଧିବାସ କର୍ମ ଓ ମଣ୍ଡଳୀକରଣ ସମ୍ପନ୍ନ ହୋଇଛି । ଆସନ୍ତା କାଲି କଳସ ଯାତ୍ରା, ପଞ୍ଚକର୍ମ, ଧରିତ୍ରୀ ପୂଜା, ସୂର୍ଯ୍ୟ ପୂଜା ହେବାକୁ ଥିବା ବେଳେ ବୁଧବାର ଗୁରୁପୂଜା, ମନ୍ଦିର ନ୍ୟାସ, ଶିଖର କଳସ ପ୍ରତିଷ୍ଠା, ଦେବତା ନ୍ୟାସ ଓ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ । ଏଥିସହିତ ଗୁରୁବାର ଦିନ ନବ ଯୌବନ ଦର୍ଶନ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ସହିତ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଭୁବନେଶ୍ୱର ସହିତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଯୋଗଦେବେ ବୋଲି ନିଳାଦ୍ରୀ ନଗର ୱେଲଫେୟାର ଟ୍ରଷ୍ଟର ସଭାପତି ଶ୍ରୀ ଗୋରାଚାନ୍ଦ ମଙ୍ଗରାଜ, ସମ୍ପାଦକ ପୁରୁଷୋତ୍ତମ ପାଇକରାୟ, ବିଶିଷ୍ଟ ସମାଜସେବୀ ବିକ୍ରମ ପାତ୍ର, ମନ୍ଦିର ଟ୍ରଷ୍ଟ ସଭାପତି ସୁକାନ୍ତ ଆଚାର୍ଯ୍ୟ, ସମ୍ପାଦକ ଶଶୀଭୂଷଣ ମହାପାତ୍ର ଏବଂ ଉପସଭାପତି ଶିବ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post