ଏସଏଚଜି  ମା’ ମାନଙ୍କୁ ଏକତ୍ରିତ କରିବାର ମାଧ୍ୟମ ପଲ୍ଲୀଶ୍ରୀ ମେଳା

0 1

ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ୍

ନୂଆପଡ଼ା,(ଅମିତ ପୁରୋହିତ) :  ସ୍ଥାନୀୟ ମିନି ଷ୍ଟାଡ଼ିୟମ ଜିଲ୍ଲା ପ୍ରଶାସନ ଓ ଓରମାସ ତରଫରୁ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇ ଯାଇଛି । ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଏଡିଏମ ସୀତାରାମ ପଟେଲ, ଉପ ଜିଲ୍ଲାପାଳ ତରଣୀସେନ ନାଏକ, ଡିଆରଡିଏ ପିଡି ମଧୁଛନ୍ଦା ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଦ୍ୟୁଲ୍ଲତା ପାତ୍ର, ସହକାରୀ ଜିଲ୍ଲାପାଳ ଦେବେନ୍ଦ୍ର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଓରମାସ ନିର୍ଦ୍ଦେଶକ  ରବିନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ଡିଆରଡିଏ ବରିଷ୍ଠ କିରାଣି ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାଜ୍ୟର ସମସ୍ତ ଏସ୍ଏଚଜି ମା’ ମାନଙ୍କୁ ଏକତ୍ରିତ କରିବାର ମାଧ୍ୟମ ପଲ୍ଲୀଶ୍ରୀ ମେଳା । ନିଜ ଅଞ୍ଚଳର ହାତ ତିଆରି ଘରୋଇ ଉପକରଣକୁ ମେଳାରେ ବିକ୍ରି କରି ମହିଳାମାନେ ଲାଭବାନ ହେଉଛନ୍ତି । ମହିଳାଙ୍କ ସ୍ୱାବଲମ୍ବୀ  କରିବା ସହ ରୋଜଗାର ଯୋଗାଇ ଦେବାର ମାଧ୍ୟମ ବୋଲି ଜିଲ୍ଲାପାଳ ଉଦ୍ବୋଧନ ଦେଇଥିଲେ । ଏହି ମେଳାରେ ମୋଟ ୭୫ ଷ୍ଟଲ ଲାଗିଛି । ସେଥିରୁ ୧୦ ଟି ଷ୍ଟଲରେ ପୁସ୍ତକ ମେଳା ଓ ୬୫ଟି ଷ୍ଟଲରେ ଘରୋଇ ଉପକରଣ, ଲୁଗା ଦୋକାନ, ସରକାରୀ ବିଭାଗର ସଚେତନତା ସୃଷ୍ଟିକାରୀ  ଷ୍ଟଲ ଲାଗିଛି ।

ଜିଲ୍ଲା ସଦର ମହକୁମା ଏକ ମାତ୍ର ମନୋରଂଜନର ମାଧ୍ୟମ ସାଜିଥିଲା ମରାଗୁଡ଼ା ମହୋତ୍ସବ  । ହେଲେ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବରୁ ଗତ କିଛି ବର୍ଷ ହେବ ଏହି ଉତ୍ସବ ବନ୍ଦ ହୋଇ ପଡିଛି । ମରାଗୁଡ଼ା ମହୋତ୍ସବ ସହ ଜିଲ୍ଲା ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାଇଚାରା, ଏକତା, ଭାବନା ଯୋଡ଼ି ହୋଇ ରହିଥିଲା । ଏହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ମରାଗୁଡ଼ା ମହୋତ୍ସବ  ଆୟୋଜିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମାଝି ଉଦ୍ବୋଧନ ଦେଇଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଜୟ ପଟ୍ଟନାୟକ, ସଦର ବିଡ଼ିଓ ସୁବେଦାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । 

Leave A Reply

Your email address will not be published.